Advertisment

PUCC Tension: ପଲ୍ୟୁସନ ସାର୍ଟିଫିକେଟ୍କୁ ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ; ନିୟମ ନ ମାନିଲେ ଦଣ୍ଡ ଭୋଗିବେ

ପଲ୍ୟୁସନ ସାର୍ଟିଫିକେଟ୍କୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଡା ଚେତାବନୀ । ନିୟମ ନ ମାନିଲେ ଦଣ୍ଡ ଭୋଗିବେ । ଫେବୃଆରୀ ପହିଲାରୁ କଡାକଡି ଫାଇନ ନିୟମ ଲାଗୁ ହେବ।

PUCC Tension

PUCC Tension Photograph: (OTV)

Advertisment

ପଲ୍ୟୁସନ ସାର୍ଟିଫିକେଟ୍କୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଡା ଚେତାବନୀ। ନିୟମ ନ ମାନିଲେ ଦ୍ଣ୍ଡ ଭୋଗିବେ। ଫେବୃଆରୀ 1ରୁ କଡାକଡି ଫାଇନ ନିୟମ ଲାଗୁହେବ। ସବୁ ଗାଡିକୁ  ପଲୁସନ ସାର୍ଟିଫିକେଟ ମିଳୁଛି। ମଧ୍ୟପ୍ରଦେଶର ଉଦାହରଣ ଦେଇ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଯେଉଁଦିନ ପଲ୍ୟୁସନ ସରୁଛି ସେଦିନ ହିଁ ପୁଣି ପଲ୍ୟୁସନ ସାର୍ଟିଫିକେଟ ତିଆରି ହେଉଛି। ଆମେ ନୂଆ ନିୟମ କରିନାହୁଁ ପୁରୁଣା ନିୟମକୁ ଲାଗୁ କରିଛୁ। ଲୋକଙ୍କୁ ଗ୍ରୀନ ଷ୍ଟିକର ବି ଦିଆଯିବ। କିନ୍ତୁ ଏହା ଠିକ୍ ସମୟରେ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡି଼ଶାରେ ଗାଡି ଏକ କୋଟିରେ ପହଂଚିଲାଣି। ଗାଡ଼ିରୁ ନିର୍ଗତ ଧୂଆଁକୁ ନେଇ ପଲ୍ୟୁସନ ସାର୍ଟିଫିକେଟ କରିବା ଆବଶ୍ୟକ। ପୂର୍ବ ଫାଇନକୁ ନେଇ ବିଚାର କରିବା ଆବଶ୍ୟକ ରହିଛି। 77ଲକ୍ଷ ଇ-ଚାଲାଣ ବାକି ଅଛି। 

Advertisment

Odisha Transport Minister Transport Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ