Advertisment

New Year Greetings: ନୂଆବର୍ଷରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆବର୍ଷରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନୂଆବର୍ଷ ଶୁଭେଛା ବାର୍ତ୍ତାରେ ଭାରତୀୟମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଉଛି ବୋଲି ଲେଖିଛନ୍ତି।

New Year Greetings

New Year Greetings Photograph: (OTV)

Advertisment

ନୂଆବର୍ଷରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନୂଆବର୍ଷ ଶୁଭେଛା ବାର୍ତ୍ତାରେ ଭାରତୀୟମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଉଛି ବୋଲି ଲେଖିଛନ୍ତି। 

Advertisment

ସେହିପରି ନୂଆବର୍ଷ ଶୁଭେଛା ବାର୍ତ୍ତାରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା। ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ। ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ନୂତନ ବର୍ଷରେ ନୂତନ ସଙ୍କଳ୍ପ ସହ ସଶକ୍ତ ଓଡିଶା ଓ ସମୃଦ୍ଧ ଓଡିଶାର ଅହ୍ବାନ ଦେଇଛନ୍ତି । 

Advertisment

ସେହିପରି କେନ୍ଦ୍ରାପଡା  ସଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ୍ୟ ବୈଜୟନ୍ତ ପଣ୍ଡା ମଧ୍ୟ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ।  ନୂଆ ବର୍ଷ ସମସ୍ତଙ୍କ ପାଇଁ ଭଲ ସ୍ବାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଶୁଭକାମନା କରିଛନ୍ତି।

 ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନୂଅତନ ବର୍ଷର ଶୁଭକାମନା ଜଣାଇ ଏହା ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ବାର୍ତ୍ତା ଦେଇଛନ୍ତି ।

New Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ