Advertisment

ଏମିତି ରାତି ଅଭୁଲା ସ୍ମୃତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାତି ତମାମ ବିଧାନସଭାରେ ରହି ଦୁଇ ପ୍ରମୁଖ ବିଲ ଆଲୋଚନାରେ ଭାଗ ନେଇ ନିଜର ଅନୁଭୁତି ବଖାଣି ଥିଲେ।

author-image
Santosh Kumar Sahoo

ରାତିସାରା ଅନିଦ୍ରା ରହି ବିଲ ପାରିତ କରିବା ଥିଲା ନୂଆ ଅନୂଭୁତି । ବିରୋଧୀଙ୍କୁ କହିବାର ସୁଯୋଗ ମିଳିଲା ।  ସଂଖ୍ୟାଧିକ ବିଧାୟକ ଉପସ୍ଥିତ ଥିଲେ । କାହା ମୁହଁରେ ହାଲିଆ ହେବାର ଛାପ ନଥିଲା । ସମସ୍ତେ ଫିଟ ଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାତି ତମାମ ବିଧାନସଭାରେ ରହି ଦୁଇ ପ୍ରମୁଖ ବିଲ ଆଲୋଚନାରେ ଭାଗ ନେଇ ନିଜର ଅନୁଭୁତି ବଖାଣି ଥିଲେ। ମହିଳା ବିଧାୟିକା ମାନେ ମଧ୍ୟ ଗୃହରେ ଅଲୋଚନାରେ ଭାଗ ନେଇଥିଲେ। ଯାହା ବିଧାନସଭା ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରହି ମନ୍ତ୍ରୀ, ବିଧାୟକମାନଙ୍କର ପ୍ରେରଣା ସାଜିଥିଲେ ।

Advertisment
Odisha News Odisha Assembly Pravati Parida
Advertisment
Advertisment