ଜନଗଣନା ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ନୋଟିଫିକେସନ ପରେ ତେଜିଲା ରାଜନୀତି । ଆସନ୍ତା ଜୁନ ୩୦ ସୁଦ୍ଧା ଏ କାର୍ଯ୍ୟ ସାରିବାକୁ ରାଜ୍ୟସ୍ୱ ବିଭାଗ ଜାରି କରିଛି ବିଜ୍ଞପ୍ତି । ଏହା ଭିତରେ ରାଜ୍ୟର ସମସ୍ତ ବ୍ଲକ, ତହସିଲ, ପଞ୍ଚାୟତ, ରାଜ୍ୟସ୍ୱ ଗାଁ, ଏନଏସି ଓ ମୁନିସିପାଲିଟିର ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସମାପ୍ତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମିଳିଛି । ସେପଟେ କିନ୍ତୁ ଏତେ କମ୍ ସମୟରେ ଏ କାର୍ଯ୍ୟ କେମିତି ସମ୍ଭବ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏ ପ୍ରକ୍ରିୟାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ଏହା ଚିରାଚରିତ ପ୍ରକ୍ରିୟା ବୋଲି କହିଛନ୍ତି ରାଜ୍ୟସ୍ୱ ମନ୍ତ୍ରୀ ।
Published By: Santosh Kumar Sahoo
Last updated: 05 May 2025, 10:46 PM IST
ବଳକା ଦାରୁରେ ଦୀଘା ମୂର୍ତ୍ତି ନିର୍ମାଣ ମିଛ । ଭୁବନେଶ୍ବରର ଜଣେ ଶିଳ୍ପୀ ନିମ୍ବ କାଠରେ ତିଆରି କରି ଦେଇଛନ୍ତି ଦୀଘା ବିଗ୍ରହ । ଏଭଳି ସ୍ପଷ୍ଟୋକ୍ତି ରଖି ଦୀଘା ଦିଅଁ ବିବାଦକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବରେ ଆଇନମନ୍ତ୍ରୀ ଲଗାଇଛନ୍ତି ବ୍ରେକ୍, ମନ୍ତ୍ରୀ କହିଛନ୍ତି- ମହାରଣା ସେବକଙ୍କ ସହ ଆଲୋଚନା ପରେ ଏକଥା ସ୍ପଷ୍ଟ ହୋଇଛି ।