ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ ଲକ୍ଷ୍ୟରେ ଗଢ଼ା ହୋଇଛି ଯୁଗ୍ମ ଟାସ୍କଫୋର୍ସ । ଅବକାରୀ ଓ ପୋଲିସ ବିଭାଗ ସାଙ୍ଗେ ହାତ ମିଳାଇଛନ୍ତି ଆଉ ୨ ବିଭାଗ । ୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।