ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି । ଖୁବ୍‌ଶୀଘ୍ର ଏହାକୁ ଲାଗୁ କରିବେ ନୂଆ ସରକାର । ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଏଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଆଇନ ଲାଗୁ ପୂର୍ବରୁ ଆସନ୍ତା ୨୬ ତାରିଖ ଭିତରେ ପଲ୍ଲୀସଭା କରାଯାଇ ଲୋକଙ୍କ ମତାମତ ନିଆଯିବ । କିନ୍ତୁ ଦେଶର ୧୦ ଆଦିବାସୀ ଅଧ୍ୟୁଷିତ ରାଜ୍ୟରୁ ୮ ରାଜ୍ୟ ଏ ଆଇନ୍ ଲାଗୁ କରି ସାରିଥିବା ବେଳେ, ୨୭ ବର୍ଷ ଧରି କାହିଁକି ଆଦିବାସୀଙ୍କ ଅଧିକାରକୁ ଅଣଦେଖା କରିଆସିଥିଲେ ପୂର୍ବ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ।