Advertisment

Air Pollution :ପ୍ରଦୂଷଣ ରୋକିବାକୁ କଡ଼ା କଟକଣା

ଓଡ଼ିଶାରେ ଏୟାର୍ ପଲ୍ୟୁସନ୍ ରୋକିବାକୁ ଆକ୍ସନ୍ ମୋଡରେ ସରକାର। ସାଂଘାତିକ ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ନିଆଯାଉଛି କଡ଼ା ପଦକ୍ଷେପ । ୫ ସହରରେ ଲାଗିଲାଣି କଟକଣା । କଟକଣା ନମାନିଲେ ଗଣିବାକୁ ପଡ଼ିବ ୫ ହଜାର ଫାଇନ୍।

Air Pollution

Air Pollution Photograph: (OTV)

Advertisment

ଓଡ଼ିଶାରେ ଏୟାର୍ ପଲ୍ୟୁସନ୍ ରୋକିବାକୁ ଆକ୍ସନ୍ ମୋଡରେ ସରକାରସାଂଘାତିକ ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ନିଆଯାଉଛି କଡ଼ା ପଦକ୍ଷେପ ୫ ସହରରେ ଲାଗିଲାଣି କଟକଣାତାଳଚେର, ବାଲେଶ୍ବର ପରେ କଟକ, ଭୁବନେଶ୍ବର ଓ ଅନୁଗୁଳରେ କଟକଣା ଲଗାଇଛି ପ୍ରଶାସନ

Advertisment

ଏସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ କୌଣସି ପ୍ରକାର ଭଙ୍ଗାଭଙ୍ଗି କାର୍ଯ୍ୟ ହୋଇପାରିବ ନାହିଁମୁଖ୍ୟ ରାସ୍ତା ଓ ଜାତୀୟ ରାଜପଥରେ ଦିନକୁ ୩ଥର ପାଣି ସିଞ୍ଚନ କରାଯିବଟୁଇନସିଟିରେ ଘର ବାହାରେ ଆବର୍ଜନା ଜାଳିବା ଓ ହୋଟେଲ କି ଢାବାରେ କୋଇଲା ଏବଂ କାଠରେ ରୋଷେଇ ସଂପୂର୍ଣ୍ଣ ମନା ହୋଇଛିକଟକଣା ନମାନିଲେ ଗଣିବାକୁ ପଡ଼ିବ ୫ ହଜାର ଫାଇନ୍

 ରାତିରେ ଭାରୀ ଯାନ ଚଳାଚଳ ଉପରେ ବି ଲାଗିଛି କଟକଣାଶିଳ୍ପାଞ୍ଚଳରେ ରାସ୍ତା ଗୁଡ଼ିକରେ ନିୟମିତ ପାଣି ସିଞ୍ଚନ ପାଇଁ ଇଡକୋକୁ କୁହାଯାଇଛିଏକ୍ୟୁଆଇ ଇଣ୍ଡେକ୍ସ ଡେଞ୍ଜର ଜୋନରେ ଓଡ଼ିଶାର ୭ ସହରତାଳଚେର, ଅନୁଗୁଳ, ବାଲେଶ୍ବର, କଳିଙ୍ଗନଗର, ରାଉରକେଲା ପରେ ଭୁବନେଶ୍ବର- କଟକଆଗରୁ ତାଳଚେରକୁ ଗ୍ରାପ ଷ୍ଟେଜ ଟୁ ଜୋନରେ ରଖାଯାଇ ସାରିଛିତେବେ ଜାରି ହୋଇଥିବା କଟକଣା ଲୋକେମାନେ କେତେ ମାନିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Advertisment

 ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ତିନି ବର୍ଷ ହେଲା ନଭେମ୍ବରରୁ ଜାନୁଆରି ମଧ୍ୟରେ ବାୟୁ ପ୍ରଦୂଷଣ ଶୀର୍ଷରେ ରହୁଛି। ଅନୁଗୁଳ, ତାଳଚେର, ବାଲେଶ୍ବର ସହରର ବାୟୁର ଗୁଣବତ୍ତା ଗୋଟିଏ ବି ଦିନ ଭଲ ସ୍ଥିତିରେ ନ ଥିଲା। ଭୁବନେଶ୍ବର, କଟକ, ବାରିପଦା ଓ କଳିଙ୍ଗନଗରର ବାୟୁ ଗୁଣବତ୍ତା ଅଧିକାଂଶ ସମୟ ଖରାପ ସ୍ତର ଦେଇ ଗତି କରିଥିଲା। ୨୦୨୩ରେ ଅନୁଗୁଳ ସହରର ବାୟୁ ସର୍ବାଧିକ ୭୩ ଦିନ ଖରାପ, ଅତ୍ୟନ୍ତ ଖରାପ ଓ ସାଂଘାତିକ ସ୍ତରରେ ରହିଥିଲା। ଏଥର ମଧ୍ୟ ସମାନ ସ୍ଥିତି ଲାଗିରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Odisha Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ