ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ ସପ୍ତାହରେ ଆସିବ ରେଜଲ୍ଟ । ଆଜି ଶେଷ ଦିନ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ପରିଶ୍ରମ ସାର୍ଥକ ହେବାକୁ ନେଇ ଆଶାବାଦୀ ଅଛନ୍ତି । ସେପଟେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାରେ ସିନା ସଫଳ ହେଲେ, କିନ୍ତୁ ପ୍ରଶ୍ନପତ୍ର ବିଭ୍ରାଟ ରୋକିପାରିଲେନି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ବିଜ୍ଞାନରେ ୪ ମାର୍କ ପ୍ରଶ୍ନ ଗାଏବ ଥିବା କଥା ସାମ୍ନାକୁ ଆସିଥିବା ବେଳେ, ଆଜି ତୃତୀୟ ଭାଷା-ଭୋକେସନାଲରେ ୫୦ ମାର୍କରୁ ୪୩ ମାର୍କ ପ୍ରଶ୍ନ ସିଲାବସ୍ ବାହାରୁ ଆସିଛି ବୋଲି କାନ୍ଦି କାନ୍ଦି କହିଛନ୍ତି ଛାତ୍ରଛାତ୍ରୀ ।

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।