Advertisment

Odisha: ଉଜବେକିସ୍ତାନରେ ଫସିଛନ୍ତି ଓଡ଼ିଆ

ନିଜ ପରିବାର ମୁହଁରେ ଦାନା ଗଣ୍ଡେ ଦେବାକୁ ଓଡ଼ିଶାରୁ ସୁଦୂର ଉଜବେକିସ୍ତାନକୁ ଉଡ଼ି ଯାଇଥିଲେ। ଭାବିଥିଲେ କିଛି ଟଙ୍କା ରୋଜଗାର ହେଲେ ପରିବାର ଭଲରେ ଚଳିବ । ହେଲେ ସେଠି ରୋଜଗାର ବଦଳରେ ମିଳିଲା ଧୋକା।

Odia People in Uzbekista

Odia People in Uzbekista Photograph: (OTV)

Advertisment

ନିଜ ପରିବାର ମୁହଁରେ ଦାନା ଗଣ୍ଡେ ଦେବାକୁ ଓଡ଼ିଶାରୁ ସୁଦୂର ଉଜବେକିସ୍ତାନକୁ ଉଡ଼ି ଯାଇଥିଲେ। ଭାବିଥିଲେ କିଛି ଟଙ୍କା ରୋଜଗାର ହେଲେ ପରିବାର ଭଲରେ ଚଳିବ । ହେଲେ ସେଠି ରୋଜଗାର ବଦଳରେ ମିଳିଲା ଧୋକା। ନିଜ ଦାବି ପାଇଁ ପାଟି ଫିଟାଇ ଫସିଯାଇଛନ୍ତି ବହୁ ଓଡ଼ିଆ। 
 ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଓ ଦିଗପହଣ୍ଡିର ଅନେକ ଇଞ୍ଜିନିୟର ଓ ଶ୍ରମିକ। ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ଗଲା ୫ ଦିନ ଧରି ସେମାନେ ଆନ୍ଦୋଳନ କରୁଛନ୍ତି । କାମ ଆଶାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଶ୍ରମିକ  ଉଜବେକିସ୍ତାନମୁହାଁ ହୋଇଥିଲେ। ।ଏଥିରେ ୧୫ ଶହରୁ ଅଧିକ ଭାରତୀୟ ଥିବା ବେଳେ କେବଳ ଓଡ଼ିଆ ୬ ଶହରୁ ଅଧିକ ରହିଛନ୍ତି। 

Advertisment

ମାତ୍ର କମ୍ପାନୀ ମନଇଚ୍ଛା ଖଟାଉଥିବା ବେଳେ  ପ୍ରତିଶ୍ରୁତି ମୁତାବକ ଦରମା ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଉନି। ନ୍ୟାୟ ଦାବିରେ  ସେମାନେ ଧାରଣାକୁ ଓହ୍ଲାଇଛନ୍ତି। ଘଟଣାର ସମାଧାନ ହୋଇ ପାରି ନ ଥିବା ବେଳେ ଏନେଇ ଏଣ୍ଟର ଇଂଜିନିୟର କମ୍ପାନୀରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ