Advertisment

Video: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ

ଜନତା ମୈଦାନ ଏବେ ମିନି ଗ୍ଲୋବ୍। କିଏ ଆମେରିକାରୁ ଆସିଛି, କିଏ ଆଫ୍ରିକାରୁ । କିଏ ମଧ୍ୟପ୍ରାଚ୍ୟରୁ ଆସିଛି, କିଏ ପାଶ୍ଚାତ୍ୟ ଦେଶରୁ। ନିଜ ମାଟିକୁ ଆସି ଖୁସିରେ ଝୁମୁଛନ୍ତି ପ୍ରବାସୀ। ନାଚଗୀତରେ ମସଗୁଲ୍ ଅଗଣିତ NRI ।

author-image
Santosh Kumar Sahoo

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଭରପୁର ଓଡ଼ିଶା କ୍ରେଜ୍ । ଓଡ଼ିଆ ସଂସ୍କୃତି ଓ ଖାଦ୍ୟପେୟ ସହ ଆତିଥ୍ୟତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ବର କୋଣ ଅନୁକୋଣରୁ ଆସିଥିବା ଅତିଥି । ଏହି ସମାରୋହ ସେମାନଙ୍କୁ ଏକାଠି ହେବାର ନିଆରା ସୁଯୋଗ ଦେଇଥିବା ବେଳେ, ସେମାନଙ୍କ ଖୁସିକୁ ଦେଖିଲେ ଲାଗୁଛି, ସେମାନେ ଅତିଥି ଭାବେ ନୁହେଁ, ସତେକି ବହୁଦିନ ପରେ ନିଜ ଘରକୁ ଫେରିଛନ୍ତି ଜଣେ ଜଣେ ପରିବାର ସଦସ୍ୟ ଭାବରେ। ବିଦେଶରେ ରହୁଥିଲେ ବି ମନରୁ ଜମା ବି ଲିଭିନି ଜନ୍ମମାଟିର ମୋହ ଓ ମହକ ।

Advertisment
Bhubaneswar
Advertisment
Advertisment