Advertisment

NIA Investigation in Balasore: ପହଲଗାମ୍ ଆତଙ୍କୀ ହମଲା ଘଟଣାରେ ବାଲେଶ୍ୱରରେ NIA ଟିମର ତଦନ୍ତ

କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ?

Advertisment

ବାଲେଶ୍ବର ଈସାଣୀ ଗାଁରେ ପହଞ୍ଚିଛି NIA ଟିମ୍‌ । ପହଲଗାମ୍ ଘଟଣାରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଛନ୍ତି ଏକ ଟିମ୍ । ପହଲଗାମ୍‌ ଆତଙ୍କୀ ହମଲାରେ ଅଧିକ ତଥ୍ୟ ସଂଗ୍ରହ କରୁଛି NIA । ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ନାବାଳକ ପୁଅ । କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ? କେତେ ସମୟ ଧରି ସେମାନେ ଆତଙ୍କ ଖେଳାଇଥିଲେ ?

Advertisment

ସେହି ସମୟରେ ସ୍ଥାନୀୟ ଲୋକ ବା ଦୋକାନୀମାନଙ୍କ ବ୍ୟବହାର କେମିତି ଥିଲା ? ଏମିତି ଅନେକ ପ୍ରଶ୍ନ NIA ଟିମ୍ ପଚାରି ପାରେ । ଏହି ଘଟଣାର ତଦନ୍ତ NIA କରୁଥିବାରୁ ବାଲେଶ୍ୱରରେ ଆସି ପହଞ୍ଚିଛି । ଏହି ପଚରାଉଚରାରୁ NIA କୁ ଆତଙ୍କବାଦୀଙ୍କ ସଂପର୍କରେ ଅଧିକ ତଥ୍ୟ ବା କିଛି ସୁରାକ୍ ମଧ୍ୟ ମିଳିପାରେ । ଆତଙ୍କବାଦୀଙ୍କ ଏହି ବର୍ବରୋଚିତ କାଣ୍ଡକୁ ନିଜ ଆଖିରେ ଦେଖିଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ ।

Odisha Balasore NIA Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ