Advertisment

Dead Body From Ground: ୫ ଫୁଟ ମାଟି ତଳୁ ବାହାରିଲା ୧୧ ଦିନର ଶବ; ଚାରିଆଡେ ହଇଚଇ

୧୧ ଦିନ ପୂର୍ବରୁ ନିଖୋଜ ଶ୍ରମିକର ଶବ ମାଟି ତଳୁ ଠାବ। ନିଖୋଜ ଘଟଣା ପରେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗୁଥିଲେ ସ୍ତ୍ରୀ। ଏହି ଜଘନ୍ୟ ହତ୍ୟା କାଣ୍ଡରେ ୩ ଅଭିଯୁକ୍ତ ଗିରଫ ହୋଇଥୁବା ବେଳେ ଜଣେ ଫେରାର ଅଛି।

author-image
Pramod Behera
Body Found Buried After 11 Days

୫ ଫୁଟ ମାଟି ତଳୁ ବାହାରିଲା ୧୧ ଦିନର ଶବ Photograph: (OTV)

୧୧ ଦିନ ପୂର୍ବରୁ ନିଖୋଜ ଶ୍ରମିକର ଶବ ମାଟି ତଳୁ ଠାବ। ନିଖୋଜ ଘଟଣା ପରେ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗୁଥିଲେ ସ୍ତ୍ରୀ। ଏହି ଜଘନ୍ୟ ହତ୍ୟା କାଣ୍ଡରେ ୩ ଅଭିଯୁକ୍ତ ଗିରଫ ହୋଇଥୁବା ବେଳେ ଜଣେ ଫେରାର ଅଛି। 
ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି ନାମକ ଜଣେ ବ୍ୟକ୍ତି କାମ କରିବାକୁ ଯାଉଛି କହି ଆଉ ଘରକୁ ଫେରି ନଥିଲେ।

Advertisment

ଏନେଇ ନିଖୋଜ ଥିବା ଶ୍ରମିକ ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ବନିତା ମହାନ୍ତି ଗତ ୨୩ ତାରିଖରେ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିନିକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୋଲିସ ଗୁଲାପଡାର ମୁଖ୍ୟ ଅଭିଯୁକ୍ତ ଅଜିତ ସେବକ, ତପନ ପଧାନ ଓ ଶେଖର ପଧାନ ଆଦି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ସୂଚନା ମିଳିଛି।


ଖବର ଅନୁସାରେ, ମୃତ ଶ୍ରମିକ ପ୍ରକାଶଙ୍କ ସାଙ୍ଗରେ କିଛି ଲୋକ ଗତ ୧୮ ତାରିଖ ସନ୍ଧ୍ୟାରେ ଭୋଜି ଭାତ କରୁଥିଲେ। ସେଠାରେ ସେମାନଙ୍କ ଭିତରେ ବଚସା ହୋଇଥିଲା। ଘଟଣା ସ୍ଥଳରେ ପ୍ରକାଶଙ୍କ ମୁଣ୍ଡରେ ପ୍ରବଳ ମାଡ଼ହେବା ସହ ଘଟଣା ସ୍ଥଳରେ ପ୍ରକାଶର ମୃତ୍ୟୁ ହୋଇଥିଲା। ଏହା ପରେ ସାଙ୍ଗମାନେ ପ୍ରକାଶର ଶବକୁ ନେଇ ଗୁଲାପଡା ନିକଟ କୁଲହେର ଜୋର ପାଖ ଏକ ଖୋଲା ନାଳରେ ମାଟି ପକାଇ ପୋତି ଦେଇଥିଲେ।

Advertisment


ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ପାଖାପାଖି ୫ ଫୁଟ ମାଟି ଖୋଲାଯିବା ପରେ ମୃତଦେହ ବାହାରିଥିଲା। ପ୍ରକାଶଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଛନ୍ତି।


ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ତେବେ ଜଣେ ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଅଧିକ ତଦନ୍ତ ଜାରିରଖିଛି।

Murder Case Subarnapur Crime Binika
Advertisment
Advertisment