Advertisment

Odisha Metro Project: ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏ ଗଡିବ ମେଟ୍ରୋ

ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

Advertisment

ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। କହିଛନ୍ତି ୟା ଉପରେ ହାଇଲେବଲ କମିଟି ସମୀକ୍ଷା କରୁଛନ୍ତି। ସେପଟେ କଟକକୁ ମେଟ୍ରୋ ଚାଲିବାକୁ ଯୋଜନା ହେଉଥିବା ଶୁଣି ସହରବାସୀ ଖୁସି ପ୍ରକାଶ କରିଛନ୍ତି।

Advertisment

ଆଉ ତ୍ରିଶୁଳିଆ ନୁହେଁ, କଟକ ଯାଏଁ ଚାଲିବ ମେଟ୍ରୋ! କଟକ ମୁଖ୍ୟ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଏସସିବି ମେଡିକାଲକୁ ବି ଛୁଇଁବ ମେଟ୍ରୋ! ଏହି ବଡ଼ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ବିସ୍ତୃତ ଭାବେ କହିଛନ୍ତି- ବର୍ତ୍ତମାନ ସମୟରେ ମେଟ୍ରୋ ପ୍ରକଳ୍ପର ଅଧିକ ଆବଶ୍ୟକତା ରହିଛି। ପୂର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରିଥିଲେ। ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ। ତେବେ ମେଟ୍ରୋ ପ୍ରକଳ୍ପ ବାତିଲ ହୋଇଯିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ସିଧାସଳଖ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

Odisha Govt Metro Rail Project Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ