Advertisment

Matric Student Lost Her Life: ଜୀବନ ହାରିଦେଲେ ମାଟ୍ରିକ ଛାତ୍ରୀ; ଇଂରାଜୀ ପରୀକ୍ଷା ଦେଲେ, ଘରେ ଆସି ଝୁଲି ପଡିଲେ...

ଜୀବନ ହାରିଲେ ମାଟ୍ରିକ ଛାତ୍ରୀ । ଇଂରାଜୀ ପରୀକ୍ଷା ଦେଲେ, ଘରେ ଆସି ଝୁଲି ପଡିଲେ । ପରୀକ୍ଷା କେନ୍ଦ୍ରରେ ଏମିତି କ'ଣ ଘଟିଲା ଛାତ୍ରୀଙ୍କ ସହ ? ବ୍ରହ୍ମପୁର ସହରରେ ଘଟିଯାଇଛି ଏଭଳି ଏକ ଘଟଣା ।

Berhampur-Matric-Student-Suicide

Berhampur Photograph: (OTV)

Advertisment

ଜୀବନ ହାରିଲେ ମାଟ୍ରିକ ଛାତ୍ରୀ ।  ଇଂରାଜୀ ପରୀକ୍ଷା ଦେଲେ, ଘରେ ଆସି ଝୁଲି ପଡିଲେ ।  ପରୀକ୍ଷା କେନ୍ଦ୍ରରେ ଏମିତି କ'ଣ ଘଟିଲା ଛାତ୍ରୀଙ୍କ ସହ ? କାହିଁକି ଦେଇଦେଲେ ଜୀବନ ? ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ମାଟ୍ରିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ପରୀକ୍ଷା ଦେଇ ଫେରିବା ପରେ ଘରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ।

Advertisment

ଛାତ୍ରୀ ଜଣକ ସ୍କୁଲକୁ କପି ନେଇଥିଲେ । ଆଉ କପି ଧରାପଡିବା ପରେ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ଏକ୍ସପେଲ କରିବାକୁ ଧମକ ଦେଇଥିବାରୁ ସେ ଭୟରେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି ।

ଶନିବାର ଦିନ ଥିଲା ଇଂରାଜୀ ପରୀକ୍ଷା । ପରୀକ୍ଷା ସାରି ଘରକୁ ଫେରିଥିଲେ ଛାତ୍ରୀ । ଏହାପରେ ମାଆକୁ ମିକ୍ଚର ମାଗି ଖାଇଥିଲେ । ହେଲେ ମାଆ କୌଣସି କାମରେ ବାହାରକୁ ଯିବା ପରେ ବେକରେ ଲୁଗା ଲଗାଇ ଫାଶି ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।

ପରିବାର ଲୋକେ ତାଙ୍କ ସାଙ୍ଗସାଥୀଙ୍କଠୁ ଜାଣିବାକୁ ପାଇଛନ୍ତି ଯେ, ଘଟଣା ଦିନ ଛାତ୍ରୀ ଜଣକ ବିଦ୍ୟାଳୟ ଗେଟ୍ ଆଗରେ ତାଙ୍କଠୁ ବାହାରିଥିବା କପି ଫୋପାଡି ଦେଇଥିଲେ । ହେଲେ ଏହା ଦେଖି ଜଣେ ଶିକ୍ଷୟିତ୍ରୀ ତାଙ୍କୁ ନାନା ଧମକ ଦେଇଥିଲେ । ୩ ବର୍ଷ ପରୀକ୍ଷା ଦେଇପାରିବୁ ନାହିଁ ବୋଲି ଧମକାଇଥିଲେ । ଏନେଇ ସେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

Advertisment

ଏହି ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଭିଭିଗିରି ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା, ଏଭଳି କୌଣସି ଘଟଣା ସଂପର୍କରେ ସେ ଜାଣିନାହାନ୍ତି । ଦରକାର ପଡିଲେ ସିସିଟିଭି ଯାଞ୍ଚ କରାଯାଇ ଦୋଷୀ ବିରୋଧରେ ଆକ୍ସନ ନିଆଯିବ । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ, ଓଟିଭି

Odisha News BSE Matric Exam Girl Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ