BBSR Fire Photograph: (BBSR Fire)
ଛାରଖାର୍ ଭୁବନେଶ୍ୱରର ୧ ନମ୍ବର ହାଟ । ରାତି ଅଧରେ ବଡ଼ ଧରଣର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ୪୦ରୁ ଅଧିକ ଦୋକାନ । ପ୍ରାୟ କୋଟିଏ ଟଙ୍କାର ଜିନିଷପତ୍ର ଜଳିପୋଡି ଧ୍ୱଂସ । ଆଖି ସାମ୍ନାରେ ପାଉଁଶ ହୋଇଯାଇଥିବା ନିଜ ଦୋକାନକୁ ଦେଖିବା ପରେ ଧୈର୍ଯ୍ୟହରା ଦୋକାନୀ । କେମିତି ଚଳିବେ, କୋଉଠୁ
କେମିତି ୧ ନଂ ହାଟରେ ନିଆଁ ଲାଗିଲା:
ରାତି ପ୍ରାୟ ୧ଟା ୪୫ରେ ଲାଗିଥିଲା ନିଆଁ । ପ୍ରଥମେ କ୍ୟାପିଟାଲ୍ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗିଥିବା କୁହାଯାଉଛି । ଏହାପରେ ନିକଟରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଆଁରେ ଚାଲିଯାଇଥିଲା ଗୋଟିଏ ପରେ ଗୋଟିଏ ଦୋକାନ । ପ୍ଲାଷ୍ଟିକ ଦୋକାନ ନିଆଁ ଲାଗିବା ପରେ ଜୋରରେ ବ୍ୟାପିଥିଲା ନିଆଁ । ଦୋକାନରେ ଗ୍ୟାସ୍ ଟାଙ୍କି ଥିବାରୁ ଏହା ମଧ୍ୟ ନିଆଁରେ ଫାଟି ଯାଇଥିଲା । ସୌଭାଗ୍ୟବଶତଃ କୌଣସି ଜୀବନହାନି ହୋଇନି । ଦୁଇ ଜଣ ଶୋଇଥିବା ବେଳେ ନିଆଁ ଲାଗିବା ଦେଖି ଉଠି ଦୌଡ଼ି ପଳାଇଥିଲେ ।
ନିଆଁ ଲିଭାଇବାକୁ ୩ ଘଣ୍ଟା:
ନିଆଁକୁ ଆୟତ୍ତ କରିବାକୁ ୧୩ଟି ଦମକଳ, ରବୋଟିକ ମନିଟର, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା । ତା' ସହିତ ୭୦ଜଣ ଅଗ୍ନିଶମ କର୍ମଚାରୀ, ୧୦ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲେ । ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା । ହେଲେ ସେତେବେଳକୁ ୪୦ରୁ ଅଧିକ ଦୋକାନ ଜଳି ଯାଇଥିଲା । ତେବେ କେମିତି ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ ତନାଘନା ଚାଲିଛି ।
ଅଗ୍ନିକାଣ୍ଡକୁ ନେଇ ୟୁନିଟ୍ ଏକ ନମ୍ବର ହାଟର ଦୋକାନୀଙ୍କ ଉପରେ ଦୋଷ ଲଦିଛନ୍ତି ବିଏମସି କମିଶନର ଓ ମେୟର । ବାରମ୍ବାର ମନା କରାଯାଇଥିଲା ତଥାପି ଦୋକାନୀ ନିୟମ ଖିଲାପ କରିଥିଲେ । ପ୍ଲାଷ୍ଟିକ୍ ବିକ୍ରି କରିବାକୁ ମନା କରାଯାଇଥିଲେ ବି କେହି ଶୁଣିନଥିଲେ ବୋଲି ମେୟର କହିଛନ୍ତି । ସେପଟେ କ୍ଷତିପୂରଣ ଦେବାକୁ କାନ୍ଦି କାନ୍ଦି ନିବେଦନ କରିଛନ୍ତି ଦୋକାନୀ ।
ଭୁବନେଶ୍ବରରୁ ଅରୁଣ ସାହୁ ଓ ଅର୍ଚ୍ଚନା ଶତପଥିଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/bbsr-unit-1-market-fire-pkg-2026-01-20-13-33-58.jpg)