Advertisment

Collector Action: ବାବୁଙ୍କୁ ମହଙ୍ଗା ପଡ଼ିଲା ଡେରିରେ ଅଫିସ୍ ଆସିବା; ବାହାର କରିଦେଲେ ଜିଲ୍ଲାପାଳ...

ବାବୁଙ୍କୁ ମହଙ୍ଗା ପଡ଼ିଲା ଡେରିରେ ଅଫିସ୍ ଆସିବା। ବିଳମ୍ବରେ ଆସିବାରୁ ବାହାର କରିଦେଲେ ଜିଲ୍ଲାପାଳ॥ ରାୟଗଡ଼ା ଜିଲ୍ଲାପାଳଙ୍କ ଆଖିଦୃଶିଆ ଆକ୍ସନ୍...ଜନ ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଥିଲେ ଅଧିକାରୀ...

Collector Action

Collector Action Photograph: (OTV)

Advertisment

ବାବୁଙ୍କୁ ମହଙ୍ଗା ପଡ଼ିଲା ଡେରିରେ ଅଫିସ୍ ଆସିବା। ବିଳମ୍ବ ପାଇଁ ବାହାର କରିଦେଲେ ଜିଲ୍ଲାପାଳ। ସରକାରୀ ଅଧିକାରୀଙ୍କୁ ସମୟାନୁବର୍ତ୍ତିତାର ପାଠ ପଢାଇବା ସହିତ ଏଭଳି ଆକ୍ସନ ନେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। ବିଳମ୍ବରେ ଆସିବାରୁ ୧୨ ଅଧିକାରୀଙ୍କୁ ଜନ ଅଭିଯୋଗ ଶୁଣାଣି ସ୍ଥଳରୁ ବାହାର କରିଦେଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି।

Advertisment

ସୂଚନା ଅନୁସାରେ ଆଜି, ବର୍ଷର ପ୍ରଥମ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ରହିଛିଲା। ନିର୍ଦ୍ଧାରିତ ସମୟରେ ଜିଲ୍ଲାପାଳ ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଅଧିକାରୀ ବିଳମ୍ବରେ ଆସିଥିଲେ । ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । CSO, DIPRO, ACF ଓ DWO ସମେତ ୧୨ ଅଧିକାରୀଙ୍କୁ ବାହାର କରିଦେଇଥିଲେ। ସରକାରୀ ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଆଖିଦୃଶିଆ ଆକ୍ସନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 


ଡେରିରେ ଆସିବାରୁ ବାହାର କରିଦେଲେ ଜିଲ୍ଲାପାଳ

ବିଳମ୍ବରେ ଆସିଥିବାରୁ ଜନଶୁଣାଣିକୁ ଆସିବାକୁ ଦେଲେନି ଜିଲ୍ଲାପାଳ
୧୨ ଅଧିକାରୀଙ୍କୁ ଜିଲ୍ଲାପାଳ ବାହାର କରିଦେଲେ
CSO, DIPRO, ACF ଓ DWOଙ୍କୁ ବାହାର କରିଦେଲେ

Advertisment

ଦେଖନ୍ତୁ ଭିଡ଼ିଓ: 

Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ