Advertisment

Jaundice Outbreak: ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୩୫ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ!

ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ସ୍କୁଲରେ ଜନସ୍ୱାସ୍ଥ୍ୟ ବିଭାଗ ୩ ଜଣିଆ ଟିମର ଅନୁଧ୍ୟାନ। ବିଦ୍ୟାଳୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପାଣି ନମୁନା ସଂଗ୍ରହ କଲା ଓ୍ୱାଟକୋ।

Jaundice Outbreak

Jaundice Outbreak Photograph: (OTV)

Advertisment

ଖୋର୍ଦ୍ଧା ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଅନୁଧ୍ୟାନ। ଜଣ୍ଡିସ ବ୍ୟାପିବା ପରେ ୱାଟକୋ ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିଦ୍ୟାଳୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ସ୍କୁଲ ପରିସରର ୧୨ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରିଛି ୱାଟକୋ । ପାଣି ସମସ୍ୟା ନା ଅନ୍ୟ କୌଣସି କାରଣରୁ ଜଣ୍ଡିସ୍ ବ୍ୟାପିଛି, ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

Advertisment

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଛୁଟିରୁ ଫେରିଲା ପରେ ଜଣେ ଛାତ୍ରକୁ ଜଣ୍ଡିସ୍ ହୋଇଥିଲା । ଗତକାଲି ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଅର୍ବାନ ହେଲଥ ୟୁନିଟ ସ୍କୁଲ ଯାଇ ଆବଶ୍ୟକ ପଦକ୍ଷେପ ନେଇଥିଲେ । ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଯାଏଁ ୩୫ ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିକିତ୍ସା ପରେ କିଛି ପିଲା ଘରକୁ ଫେରିଛନ୍ତି। ସ୍କୁଲ ପାଣିଟାଙ୍କି ଓ ଅନ୍ୟ ପରିବେଶକୁ ପରିସ୍କାର କରାଯାଇଛି।


ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ
ସ୍କୁଲରେ ଜନସ୍ୱାସ୍ଥ୍ୟ ବିଭାଗ ୩ ଜଣିଆ ଟିମର ଅନୁଧ୍ୟାନ
ବିଦ୍ୟାଳୟରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି
ପାଣି ନମୁନା ସଂଗ୍ରହ କଲା ଓ୍ୱାଟକୋ
ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଜଣ୍ଡିସ୍ ବ୍ୟାପିବା କାରଣ
୩୫ ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ସୂଚନା
ଚିକିତ୍ସା ପରେ କିଛି ପିଲା ଘରକୁ ଫେରିଛନ୍ତି

Advertisment

ଦେଖନ୍ତୁ ଭିଡ଼ିଓ: 

Jaundice Treatment Jaundice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ