Advertisment

Jatra legend lost Life: ଅସହ୍ୟ DJ ସାଉଣ୍ଡ ନେଲା ଯାତ୍ରା ଅଭିନେତା ଦେବୀ ରଥଙ୍କ ଜୀବନ: ପୁଅ ଆଣିଲେ ସାଂଘାତିକ ଅଭିଯୋଗ

ଜଗତସିଂହପୁରର ପାରାଦୀପ ଗଡ଼ରେ ବୋଇତ ବନ୍ଦାଣ ଉତ୍ସବରେ ରାତି ୩ଟାରେ ଚାଲିଥିବା DJ କମ୍ପିଟିସନର ଅସହ୍ୟ ଶବ୍ଦ ଓ କମ୍ପନରୁ ହୃଦରୋଗରେ ପୀଡିତ ଯାତ୍ରା ଅଭିନେତା ଦେବୀ ରଥ (୭୧) ଗତକାଲି ମଧ୍ୟରାତ୍ରରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପୁଅ ଏହାକୁ DJ ଶବ୍ଦର ପ୍ରଭାବରେ ହୃଦଘାତ ହୋଇଥିବା ଗୁରୁତର ଅଭିଯୋଗ ଉଠାଇଛନ୍ତି।

DEBI-RATHA-DEATH

dj Photograph: (OTV)

Advertisment

ଅସହ୍ୟ ଡିଜେ ସାଉଣ୍ଡରେ ଚାଲିଗଲା ଖାତନାମା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ। ଗାଁ ଦାଣ୍ଡରେ ଏକାବେଳକେ ତିନି ତିନିଟି ଡିଜେ ଶବ୍ଦର କମ୍ପନ ସହି ନପାରି ଶେଷରେ ଆଖି ବୁଜି ଦେଲେ ହୃଦରୋଗରେ ପୀଡ଼ିତ ଥିବା ଦେବୀ ରଥ। ଗତକାଲି ମଧ୍ୟରାତ୍ରରେ 71 ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଯାତ୍ରା ଲିଜେଣ୍ଡ। ତେବେ ତାଙ୍କ ମୃତ୍ୟୁ ପଛରେ ଏଭଳି ସଙ୍ଗୀନ କାରଣ ଥିବା ଅଭିଯୋଗ ଆଣିଛନ୍ତି ଦେବୀ ରଥଙ୍କ ପରିବାର ଲୋକେ। ଏପଟେ ଜଲିଉଡ ଜଗତର ଅନ୍ୟତମ ସୁନାମଧ୍ୟନ୍ୟ ଚରିତ୍ର ଅଭିନେତା ମାମାଙ୍କୁ ହରାଇ ନୀରବି ଯାଇଛି ପୁରା ଯାତ୍ରା ଜଗତ।
ରାତି ଅଧରେ ଅସହ୍ୟ ଡିଜେ ସାଉଣ୍ଡରେ ମସଗୁଲ ଲୋକେ। ଆଉ ଏପଟେ ଡିଜେ ଶବ୍ଦ ସହି ନପାରି ଜୀବନ ସହ ସଂଗ୍ରାମ କରୁଥିଲେ ଓଡ଼ିଶା ଯାତ୍ରା ଜଗତର କିମ୍ବଦନ୍ତୀ କଳାକାର ଦେବୀ ରଥ। ସମୟ ମଙ୍ଗଳବାର ରାତି ପ୍ରାୟ 3ଟା। ସ୍ଥାନ ଜଗତସିଂହପୁର ଜିଲ୍ଲାର ପାରଦୀପ ଗଡ଼। ଗତକାଲି ରାତିରେ ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ ଅଧ ରାତିରେ ଚାଲିଥିଲା ଡିଜେ କମ୍ପିଟିସନ୍। ପାରାଦୀପ ଗଡ଼ ଗାଁରେ ଏମିତି ପାଖାପାଖି ହୋଇ ଉଚ୍ଚ ଶବ୍ଦ ଆଉ ଉଜ୍ଜଳ ଆଲୋକକୁ ନେଇ ଏମିତି ପ୍ରତିଯୋଗିତା କରୁଥିଲେ 5ଟି ଡିଜେ ୟୁନିଟ୍। କୁହାଯାଉଛି, ଠିକ୍ ସେତିକି ବେଳେ ହିଁ ଆଖି ବୁଜି ଦେଇଛନ୍ତି ବର୍ଷିଆନ୍ କଳାକାର ଦେବୀ ରଥ। ଆଜି ତାଙ୍କ ପୁଅ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ବିବାଦ ଘେରକୁ ଆସିଛି ଦେବୀ ରଥଙ୍କ ମୃତ୍ୟୁ ପଛର କାରଣ।
ଗତକାଲି ରାତିରେ 71 ବର୍ଷ ବୟସରେ ଆଖି ବୁଜିଥିଲେ ଜଲିଉଡ ଜଗତର ଅନ୍ୟତମ ଦମଦାର ଚରିତ୍ର ଅଭିନେତା ଦେବୀ ରଥ। ଆଜି ସକାଳେ ତାଙ୍କ ବିୟୋଗ ଖବର ସାମ୍ନାକୁ ଆସିଥିଲା। ତାଙ୍କ ମୃତ୍ୟୁ ହୃଦଘାତ ଜନିତ ବୋଲି ସୂଚନା ମିଳିଥିଲା। କିନ୍ତୁ ପରେ ତାଙ୍କ ପୁଅ ତଥା ସମ୍ପର୍କୀୟଙ୍କ ଏଭଳି ଗୁରୁତର ଅଭିଯୋଗ ପରେ ଡିଜେ ସାଉଣ୍ଡକୁ ନେଇ ଆରମ୍ଭ ହୋଇଛି ବିବାଦ। ଏ ଅଭିଯୋଗ ପରେ ପାରାଦୀପଗଡ଼ ଡିଜେ ସାଉଣ୍ଡ ସଂଘର ସଭାପତି କହିଛନ୍ତି, କାଲି ପ୍ରତିଯୋଗିତାରେ ଭାଗ ନେଇଥିବା ଡିଜେ ୟୁନିଟଗୁଡ଼ିକ କେନ୍ଦ୍ରାପଡ଼ାରୁ ଆସିଥିଲା। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏପଟେ ଦେବୀ ରଥଙ୍କ ଭଳି ଅତ୍ୟନ୍ତ ପ୍ରତିଭାବାନ ଅଭିନେତାଙ୍କୁ ହରାଇ ନୀରବି ଯାଇଛି ଯାତ୍ରା ଜଗତ। 1954ରେ ଜନ୍ମ ଗ୍ରହଣ କରିଥିବା ଦେବୀ, ତାଙ୍କ ଜୀବନର 4 ଦଶନ୍ଧିରୁ ଅଧିକ ସମୟ ଯାତ୍ରା ଜଗତ ସହ ବିତାଇଛନ୍ତି। ପ୍ରାୟ 100ରୁ ଉର୍ଦ୍ଧ୍ବ ନାଟକରେ ଛାଡ଼ି ଯାଇଛନ୍ତି ତାଙ୍କ ବଳିଷ୍ଠ ଅଭିନୟର ଅଲିଭା ଛାପ। ଶିଶୁ କଳାକାରରୁ ଅଭିନୟ ଆରମ୍ଭ କରି ପରେ ଖଳନାୟକ ଓ ଶେଷରେ ଚରିତ୍ର ଅଭିନେତା ଭାବେ ନିଖୁଣ ଅଭିନୟ କରୁଥିଲେ। ଜଲିଉଡରେ ସେ 'ମାମା" ନାଁରେ ଥିଲେ ବେଶ ଜଣାଶୁଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ