Advertisment

ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।

author-image
Santosh Kumar Sahoo

ଚାଖଣ୍ଡେ ପେଟକୁ ଦି’ ମୁଠା ଦାନା ଦେବାକୁ ସାମର୍ଥ୍ୟ ନାହିଁ...ଦାଦନ ଗଲେ ପେଟ ପୂରେ... ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚାଲେ ସଂସାର...ହେଲେ ପାଖରେ ଏବେ ୨ ମାସର ଶିଶୁକନ୍ୟା... କେମିତି ପାଳିବେ ତାକୁ, କେମିତି ଯତ୍ନ ନେବେ...କେମିତି କରିବେ ଭରଣପୋଷଣ...ବୁଦ୍ଧିଶୂନ୍ୟ ବାପା, ମାଙ୍କ ଦାରିଦ୍ର୍ୟର ଦାଉ, ଶେଷରେ କଅଁଳା ଶିଶୁଟିକୁ ସରକାର ହାତରେ ଟେକିଦେବା ପାଇଁ ବାଟ କଢ଼ାଇ ନେଲା । ୨ ଏକର ଜମି ଅଛି ସତ କିନ୍ତୁ ବହୁ କୁଟୁମ୍ବ ଥିବାରୁ ପର୍ଯ୍ୟାପ୍ତ ନୁହଁ। ଜନ୍ମଦାତ୍ରୀ ହେଇ କହୁଛନ୍ତି, ଆମେ ଛୁଆକୁ ଦେଇଦେବୁ, ଆଉ ଦାଦନ ଯିବୁ। ଏଭଳି କହି ଶେଷରେ ହାତକାଟି ଦସ୍ତାବିଜରେ ଦସ୍ତଖତ କରିବା ସହ ବଲାଙ୍ଗିର ସଦର ମହକୁମାରେ ଥିବା ଶିଶୁ ମଙ୍ଗଳ ସମିତିକୁ ମା’ ବାପା ହସ୍ତାନ୍ତର କରିଦେଲେ ୨ ମାସର ଛୁଆକୁ।

Advertisment
Odisha
Advertisment
Advertisment