Advertisment

OTV Insight 2026: ଓଡିଆ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଲାଗି ବଡ଼ ସୁଯୋଗ, ଭାଗ ନିଅନ୍ତୁ, ସମ୍ମାନ ପାଆନ୍ତୁ...

ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ଖୁସି ଖବର । ଆରମ୍ଭ ହୋଇଯାଇଛି ଓଟିଭି ଇନସାଇଟ୍ -୨୦୨୬ ପାଇଁ ନୋମିନେସନ । ସୋସିଆଲ ମିଡିଆର ଏ ମହାକୁମ୍ଭରେ ଗୋଟିଏ ମଞ୍ଚରେ ଏକାଠି ହେବେ କ୍ରିଏଟର୍ସ ।

OTV-Insight-2026

OTV Photograph: (OTV)

Advertisment

ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ଖୁସି ଖବର । ଆରମ୍ଭ ହୋଇଯାଇଛି ଓଟିଭି ଇନସାଇଟ୍ -୨୦୨୬ ପାଇଁ ନୋମିନେସନ ।  ସୋସିଆଲ ମିଡିଆର ଏ ମହାକୁମ୍ଭରେ ଗୋଟିଏ ମଞ୍ଚରେ ଏକାଠି ହେବେ କ୍ରିଏଟର୍ସ । ବଛା ବଛା ପ୍ରତିଭାକୁ ମିଳିବ ସମ୍ମାନ ।  ୨୧ଟି ବର୍ଗରେ ରାଜ୍ୟର ଲୋକପ୍ରିୟ ଇନଫ୍ଲୁଏନ୍ସର ଓ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ କରାଯିବ ସମ୍ମାନିତ । ଓଡ଼ିଶାର ପ୍ରଥମ ଡିଜିଟାଲ କ୍ରିଏଟର୍ସ ଆୱାର୍ଡ ଓଟିଭି ଇନସାଇଟ୍, ଯାହା ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ ଏବଂ ପ୍ରତିଭାପୂର୍ଣ୍ଣ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ସମ୍ମାନିତ କରିବ । ଭାଷା, କଳା, ଫ୍ୟାସନ, ଫୁଡ, ପଡକାଷ୍ଟ ହେଉକି ଡିଜିଟାଲ ଜର୍ନାଲିଜିମ୍‌ ... ବିଭିନ୍ନ କ୍ଷେତ୍ରର କଣ୍ଟେଣ୍ଟ କ୍ରିଏଟର୍ସ ଏଥିପାଇଁ ଆବେଦନ କରିପାରିବେ ।

Advertisment

ଓଡିଶାର ନଂ ୧ ନ୍ୟୁଜ ନେଟୱାର୍କ ଓଟିଭି ଆୟୋଜନ କରୁଛି ଓଟିଭି ଇନସାଇଟ ୨୦୨୬ । ଓଡିଶା ତଥା ଓଡ଼ିଶା ବାହାରେ ଥିବା ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ୍‌ର ବିଭିନ୍ନ ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରମାନେ ନୋମିନେସନ ପାଇଁ ଆବେଦନ କରିପାରିବେ । କେବଳ ଅଫିସିଆଲ ଇନସାଇଟ୍ ୱେବସାଇଟ୍‌ ଜରିଆରେ ହିଁ ନୋମିନେସନ ଗ୍ରହଣ କରାଯିବ । ଓଟିଭି ଇନସାଇଟ୍ -୨୦୨୬, ୨୧ଟି କ୍ୟାଟେଗୋରୀରେ ବିଭିନ୍ନ ପୋର୍ଟଫୋଲିଓ, ଜନର୍ ଓ ନିଚ୍‌ କଣ୍ଟେଣ୍ଟ କ୍ରିଏଟରଙ୍କୁ ସମ୍ମାନିତ କରିବ । ଯେମିତିକି-

ଏ ବର୍ଷର ବେଷ୍ଟ ଷ୍ଟୋରୀଟେଲର, ବେଷ୍ଟ ଟ୍ରାଭେଲ ଇନଫ୍ଲୁଏନସର, ବେଷ୍ଟ ଫୁଡ୍ କ୍ରିଏଟର, ବେଷ୍ଟ ଆର୍ଟ ଇନଫ୍ଲୁଏନସର, ବେଷ୍ଟ ଲାଇଫଷ୍ଟାଇଲ ଇନଫ୍ଲୁଏନସର, ଇମପ୍ୟାକ୍ଟ କ୍ରିଏଟର ଅଫ୍ ଦି ଇୟର, ଗାର୍ଡିଆନ ଅଫ୍ ହେରିଟେଜ ଆୱାର୍ଡ, ବେଷ୍ଟ ରିଜିଓନାଲ ଇନଫ୍ଲୁଏନସର ଅଫ୍ ଦି ଇୟର, କଲଚରାର ଆମ୍ବାସଡର ଅଫ୍ ଦି ଇୟର, ସମ୍ବଲପୁରୀ ଆଇକନ୍ ଅଫ୍ ଦି ଇୟର, ରାଇଜିଂ ଷ୍ଟାର ଅଫ ଦି ଇୟର, ବେଷ୍ଟ କମେଡି କ୍ରିଏଟର, ବେଷ୍ଟ ମ୍ୟୁଜିକ୍ କ୍ରିଏଟର, ପଡକାଷ୍ଟ ଅଫ୍ ଦି ଇୟର, ଏକ୍ସିଲେନ୍ସ ଇନ୍ ଡିଜିଟାଲ ଜର୍ନାଲିଜିମ, ଡିଜିଟାଲ ନ୍ୟୁଜ ଲିଡର, କ୍ରିଏଟର ଅଫ ଦି ଇୟର, ଗ୍ଲୋବାଲ ଓଡିଆ କ୍ରିଏଟର ଆୱାର୍ଡ ।

Advertisment

କ୍ରିଏଟରମାନେ ସର୍ବାଧିକ ୩ଟି କ୍ୟାଟେଗୋରୀ ପାଇଁ ଆବେଦନ କରିପାରିବେ । ନୋମିନେସନ ଫି ରହିଛି ମାତ୍ର ୪୯୯ ଟଙ୍କା । ଗତବର୍ଷର ନୋମିନିଜମାନେ ବି ଚାହିଁଲେ ବି ଆଉଥରେ ୨୦୨୬ ପାଇଁ ଆବେଦନ କରିପାରିବେ । ସର୍ଟଲିଷ୍ଟ ହୋଇଥିବା ନୋମିନିଜ୍ ହିଁ କେବଳ 'ଏକ୍ସକ୍ଲୁସିଭ କ୍ରିଏଟର ୱାର୍କସପ୍‌'ରେ ଯୋଗଦେଇପାରିବେ । ନୋମିନିଜ୍ ନଥିବା ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କିଛିଟା ଫି ଦେବାକୁ ପଡିବ । 
ପ୍ରଥମେ ୧୫ ଦିନ ଧରି ନୋମିନେସନ୍ ପ୍ରକ୍ରିୟା ଚାଲିବ । ପ୍ରତି କ୍ୟାଟେଗୋରୀରେ ୧୦ ଜଣେ ଲେଖାଏଁ ସର୍ଟଲିଷ୍ଟେଡ୍ ରହିବେ । ଏହାପରେ ୧୫ ଦିନର ପବ୍ଲିକ ଭୋଟିଂ ଖୋଲା ରହିବ । ଭୋଟିଂ ଆଧାରରେ ବେଷ୍ଟ କ୍ରିଏଟରମାନଙ୍କୁ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଓଟିଭି

Odisha Youtuber OTV INSIGHT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ