Police SI Exam Scam Photograph: (OTV)
ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଚାର୍ଜସିଟରେ ଚାଞ୍ଚଲ୍ୟକର ତଥ୍ୟ । OTV ହାତରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ କପି। ଯେଉଁଥିରେ ସନ୍ଦେହଘେରକୁ ଆସିଛି OPRB । ୨୦୨୫ ମାର୍ଚ୍ଚ ମାସରୁ ହିଁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନ ପତ୍ର ଛାପିବା ଦାୟିତ୍ବ OPRBର ରହିଥିଲା । ଏଥିରେ ଚଞ୍ଚକତା କରିଥିଲେ ସିଲିକନ୍ ଟେକ୍ MD ସୁରେଶ ନାୟକ। ଗୋଟିଏ ସେଟ୍ ପ୍ରଶ୍ନପତ୍ର ଛାପି ନେଇ ଚାଲିଯାଇଥିଲେ ସିଲିକନ୍ ଟେକ୍ MD । ପ୍ରଶ୍ନ ପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ଚାକିରି ପିଛା ୨୫ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍ । ତେବେ ହଠାତ୍ ମାର୍ଚ୍ଚ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡ଼ବଡ଼ । ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ଉଜ୍ଜିବୀତ ହୋଇଉଠିଥିଲା । ପୁଣି ଡିଲ୍ କରିବା ସହିତ ଜୋରସୋରରେ ଚାକିରି ବିକ୍ରି ଚାଲିଥିଲା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ବ OPRBର ରହିଥିବା ବେଳେ ୫ଟି ସେଟ୍ ପ୍ରଶ୍ନପତ୍ର ପ୍ରସ୍ତୁତ କରି OPRBକୁ ଦେଇଥିଲେ ସିଲିକନ୍ ଟେକ୍ ଲ୍ୟାବ MD ସୁରେଶ ନାୟକ ।
ପ୍ରଶ୍ନ ଉଠୁଛି ଏ ସବୁ ଡିଲ୍ ନେଇ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ? ସେନେଇ OPRBର ଏସପି ବଳଭଦ୍ର ଦୀପ୍ ଓ SO ଗୌତମ ବେହେରାଙ୍କୁ ସିବିଆଇ ଜେରା କରିସାରିଛି । ଏସବୁ ଘଟଣା OPRBକୁ ସନ୍ଦେହ ଘେରକୁ ନେଇଆସିଛି ।
CBI ଚାର୍ଜସିଟ୍ : ସନ୍ଦେହରେ OPRB
ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍ ରେ ଚାଞ୍ଚଲ୍ୟକର ତଥ୍ୟ
OTV ହାତରେ CBI ଦାଖଲ କରିଥିବା ଚାର୍ଜସିଟ୍ କପି
୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା
ପ୍ରଶ୍ନ ପତ୍ର ଛାପିବା ଦାୟିତ୍ବ OPRBର ରହିଥିଲା
ଏଥିରେ ଚଞ୍ଚକତା କରିଥିଲେ ସିଲିକନ୍ ଟେକ୍ MD ସୁରେଶ ନାୟକ
ଏକ ସେଟ୍ ପ୍ରଶ୍ନପତ୍ର ଛାପି ନେଇ ଚାଲିଯାଇଥିଲେ ସିଲିକନ୍ ଟେକ୍ MD
ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀଙ୍କୁ ପ୍ରଲୋଭିତ କରି ୨୫ ଲକ୍ଷର ଡିଲ୍ କରିଥିଲେ
ହଠାତ୍ ମାର୍ଚ୍ଚ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡ଼ବଡ଼
ଏ ସବୁ ଡିଲ୍ ନେଇ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା
OPRBର ଏସ୍ ପି ବଳଭଦ୍ର ଦୀପ୍ ଓ SO ଗୌତମ ବେହେରାଙ୍କୁ ହୋଇଛି ଜେରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/police-si-exam-scam-2026-01-05-17-22-25.jpg)