Advertisment

Fine For Helmet: ହେଲମେଟ୍ ପିନ୍ଧିଲେନି ବୋଲି ଅଟୋ ଚାଳକଙ୍କୁ ୧୦୦୦ ଫାଇନ୍

ଜଣେ ଅଟୋ ଚାଳକ ହେଟମେଟ୍ ନ ପିନ୍ଧି ଅଟୋ ଚଲାଉଥିବାରୁ ତାଙ୍କର ହଜାରେ ଟଙ୍କା ଚାଲାଣ କାଟିଛି ଟ୍ରାଫିକ ପୋଲିସ୍ । ଭଦ୍ରକ ଆଗରପଡ଼ା ଅଞ୍ଚଳରେ ଘଟିଛି ଏମିତି ଅଜବ ଘଟଣା ।

Bhadrak-Auto-Driver-Fined-for-Helmet

Bhadrak Photograph: (Bhadrak)

Advertisment

ହେଲମେଟ୍ ନପିନ୍ଧିବାରୁ ଅଟୋ ଚାଳକଙ୍କୁ ମୋଟା ଫାଇନ୍ । ୧୦୦୦ ଟଙ୍କା କଟିଲା ଚାଲାଣ । ମୋଟର ସାଇକେଲରେ ହେଲମେଟ୍ ନପିନ୍ଧିଲେ ଫାଇନ୍ କଟେ, ହେଲେ ଜାଣିଛନ୍ତି କି ଅଟୋ ଚଲାଇବା ବେଳେ ବି ହେଲମେଟ୍ ନ ପିନ୍ଧିଲେ ଫାଇନ୍ କଟିବ ବୋଲି ? ହଁ ଆଜ୍ଞା ! ଜଣେ ଅଟୋ ଚାଳକ ହେଟମେଟ୍ ନ ପିନ୍ଧି ଡାଲା ଅଟୋ ଚଲାଉଥିବାରୁ ତାଙ୍କର ହଜାରେ ଟଙ୍କାର ଚାଲାଣ କାଟିଛି ଟ୍ରାଫିକ ପୋଲିସ୍ ।  ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ।

Advertisment

ଏ କି ପ୍ରକାର ନୂଆ ଆଇନ୍ ?

 ଆଗରପଡ଼ା ଅଞ୍ଚଳର ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନାଁରେ ଏକ ହଜାର ଟଙ୍କାର ଚାଲାଣ ଆସିଛି । ଘଟଣାଟି ସାମ୍ନାକୁ ଆସିଲା ଯେତେବେଳେ ସେ ନିଜ ଗାଡିର ପଲ୍ୟୁସନ ଟେଷ୍ଟିଂ ପାଇଁ ଯାଇଥିଲେ । ପିୟୁସିସି ପାଇଁ ତାଙ୍କର ୧ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଲା । ତା' ପୁଣି ଗାଡିର କାଗଜପତ୍ର କିମ୍ବା ଅନ୍ୟ କୌଣସି ଟ୍ରାଫିନ୍ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ହେଲମେଟ୍ ପାଇଁ ।

ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ:

ମୋଟରଯାନ ଅଧିନିୟମ ଅନୁଯାୟୀ, କେବଳ ଦୁଇଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । ହେଲେ ତିନି ଚକିଆ ଡାଲା ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚାଲାଣଟି ଏବେର ନୁହେଁ, ୪ ବର୍ଷ ତଳର । ୨୦୨୧ ନଭେମ୍ବର ୧୭ରେ ଚାଲାଣ କଟିଥିଲା । ଚାଲାଣ କାଟିଥିବା ଅଧିକାରୀ ହେଉଛନ୍ତି ଓଡ଼ିଶା ଟ୍ରାଫିକ ପୋଲିସର ପୂର୍ବତନ ଏସ୍.ଆଇ ବର୍ତ୍ତମାନର ଭଦ୍ରକ ବାଂଶଡ଼ା ଥାନାଧିକାରୀ ମହମ୍ମଦ ହାଫିଜ୍  l

Advertisment

ଏହି ତ୍ରୁଟି ପାଇଁ ଏବେ ରାମକୃଷ୍ଣ ହଇରାଣ ହେବା ସହ ତାଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ଅଟକି ରହିଛି । ସେପଟେ ପୁଣି ପଲ୍ୟୁସନ ନକଲେ ଟାଙ୍କିରେ ପେଟ୍ରୋଲ, ଡିଜେଲ ମିଳିବନି ବୋଲି ସରକାର ନିୟମ କରିଛନ୍ତି, ଯାହାକୁ ନେଇ ଏବେ ଚିନ୍ତାର ଅଟୋ ଚାଳକ...

ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ, ଓଟିଭି

Bhadrak Odisha Traffic Police Traffic Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ