Advertisment

ପାକିସ୍ତାନର ଡାହା ମିଛ ଧରାପକାଇଲେ ମୋଦି

ଆଦମପୁର ଏୟାରବେସରେ ମୋଦି। ଏୟାରଫୋର୍ସ ଯବାନଙ୍କ ମନୋବଳ ବଢାଇଲେ ମୋଦି। ପାକିସ୍ତାନର ଟାର୍ଗେଟରେ ଥିଲା ପଞ୍ଜାବର ଆଦମପୁର ଏୟାରବେସ।

author-image
Santosh Kumar Sahoo

ଧରାପଡ଼ିଲା ପାକିସ୍ତାନର ଡାହା ମିଛ। ମିଛର ଏକ୍ସପୋଜ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆଦମପୁର ଏୟାରବେସର ଏକ ଫଟୋ ସାରା ବିଶ୍ବ ଆଗରେ ପାକିସ୍ତାନର ମିଛ ଏଜେଣ୍ଡାର ପୋଲ୍ ଖୋଲିଛି। ଆଉ ସାମନାକୁ ଆସିଛି ପକିସ୍ତାନ S400 ଉଡ଼ାଇ ଥିବା କହିବାର ମିଛ। ଆଦମପୁର ଏୟାରବେସ୍ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଉଠାଇଥିବା ଫଟୋ ପଛରେ ରହିଛି ଏୟାର ଡିଫେନ୍ସ ସିଷ୍ଟମ S400 ସୁଦର୍ଶନ ଚକ୍ର। ଯାହାକୁ ପାକିସ୍ତାନ ଉଡ଼ାଇ ଦେଇଥିବା କହିଥିଲା। ଏଥିସହ ଆଦମପୁର ଏୟାରବେସକୁ ବ୍ୟାପକ କ୍ଷତି କରିବା ସହ ୬୦ ଜଣଙ୍କୁ ମାରି ଦେଇଥିବା ବି ମିଛ କାହାଣୀ ଗପିଥିଲା ପାକିସ୍ତାନ। ପୂର୍ବରୁ ସେନା ପାକିସ୍ତାନର ମିଛ ଧରା ପକାଇଥିବା ବେଳେ ଆଜି ପିଏମ୍ ମୋଦିଙ୍କ ଫଟୋ ମିଛ ଏଜେଣ୍ଡାର ପୁରା ପୋଲ୍ ଖୋଲିଛି। ଏଥିସହ ପାକିସ୍ତାନ ଗାଲରେ ବାଜିଛି ଶକ୍ତ ଚାପୁଡା।

Advertisment
Narendra Modi Operation Sindoor
Advertisment
Advertisment