କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା
Published: Sarbeswar
Last updated: 25 December 2022, 03:00 PM IST
ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅତି କମରେ ୫୦ ଜଣ ଯୁବକ ବ୍ୟାଣ୍ଡ-ବାଜାଙ୍କ ସହିତ ବିବାହ ପୋଷାକରେ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି ।