ଦିନେ ମାଓବାଦୀଙ୍କ କବଜାରେ ଥିଲା ଏସବୁ ଅଞ୍ଚଳ । ମାଓ ମୁକ୍ତ ହେବାକୁ ଏହାରି ଭିତରେ ୧୦ବର୍ଷ ହେଲାଣି । ହେଲେ ଏବେ ଯଥା ପୂର୍ବଂ ତଥା ପରଂ । ଥାନା, ମେଡିକାଲ, ବ୍ୟାଙ୍କ, କଲେଜ, ସ୍କୁଲ, ବଜାର ହାଟ ସବୁକାମରେ ଏହି ଖାଲଖମା ରାସ୍ତା ଦେଇ କିସିଣ୍ଡା ଯିବାକୁ ପଡ଼ୁଛି । ଯାହାକୁ ନେଇ ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ, ଏଭଳି ସ୍ଲୋଗାନ ଦେଇ ନିଜ ଗାଁ ରାସ୍ତାରେ ପ୍ରତିବାଦ କରିବା ସହିତ ୧୨ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇଛନ୍ତି