Advertisment

ଅଦିନିଆ ବର୍ଷା ଭାଙ୍ଗିଦେଲା ଚାଷୀର ଅଣ୍ଟା

କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି।

Advertisment

ରାଜ୍ୟକୁ ବାତ୍ୟା ଆସିଲାନି ସତ, ହେଲେ ବର୍ଷା ଅଜାଡ଼ିଲା। ଆଉ ସେଥିରେ ଭାସିଗଲା ଚାଷୀର ସ୍ୱପ୍ନ । ଉଜୁଡ଼ି ଗଲା ବର୍ଷ ଯାକର ପରିଶ୍ରମ। ବିଲ ଭିତରେ ପାଣିରେ ଭାସୁଛି ସୁନାର ଧାନ ଫସଲ। ଲଗାଣ ବର୍ଷା ଯୋଗୁଁ ଏବେ ବି ବିଲରେ ଜମି ରହିଛି ପାଣି। ଏକର ଏକର ଧାନ ଏମିତି ଭିଜି ଯାଇଛି, ସେଥିରୁ ଦାନା ବାହାରିବ କି ନାହିଁ ସନ୍ଦେହ । ତଥାପି ବାଧ୍ୟ ହୋଇ ବିଲରୁ ପାଣି ଭିତରୁ ଧାନ ଛାଣିବାକୁ ପଡୁଛି । କେଉଁଠି ବର୍ଷା ପବନରେ ଧାନ ଗଛ ଏମିତି ପଡ଼ି ଯାଇଛି, କେମିତି ଧାନ କାଟିବ ଚାଷୀ, ମୁଣ୍ଡକୁ ବୁଦ୍ଧି ଆସୁନି । ବାଧ୍ୟ ହୋଇ ଆଖୁ ଭେଳା ପରି ଧାନ ଭେଳା କରୁଛି ଚାଷୀ। ରାଜ୍ୟର କୌଣସି ଅଞ୍ଚଳ ବାଦ୍ ପଡ଼ିନି। ତଲେଇରେ ଚାଷୀ ନିଜର ମୁଣ୍ଡକୁ ସିନା ବର୍ଷା ଦାଉରୁ ରକ୍ଷା କଲା, ଏକର ଏକର ଚାଷକୁ ଆଉ କେମିତି ତଲେଇ ପିନ୍ଧାଇବ ? ଏବେ ସେମାନେ ସରକାରୀ ସାହାଯ୍ୟକୁ ଅନେଇ ରହିଛନ୍ତି।

Advertisment
Heavy Rainfall Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ