Advertisment

ବଡ଼ଦାଣ୍ଡରେ ଶୀତ କାକରରେ ରାତି କାଟୁଛନ୍ତି ଶ୍ରଦ୍ଧାଳୁ

କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି। ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା ।

Advertisment

ମାଟିରେ ମିଶିଛି ମଠବାଡ଼ି। ଧୂଳିସାତ୍ ହୋଇଛି ଧର୍ମଶାଳା। ଆଉ ଇଏ ତାର କୁପରିଣାମ। ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତଙ୍କର ପୁରୀରେ ହେଉଛି ଏମିତି ରାତି ରହଣୀ। କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି। ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା । ଇଏ ଗଂଜାମରୁ ଆସିଥିବା କିଛି ବୟସ୍କ ଭକ୍ତ, କାର୍ତ୍ତିକ ମାସରେ ଜଗା ଦର୍ଶନ ଲାଳସାରେ ସବୁ ବର୍ଷ ଆସନ୍ତି, ସ୍ୱଳ୍ପ ମୂଲ୍ୟ ଦେଇ ମନ୍ଦିର ପାଖ ମଠବାଡ଼ିରେ ରହିଯାନ୍ତି। ହେଲେ ଏସନ କିନ୍ତୁ ସେମାନଙ୍କ ଭାଗ୍ୟରେ ସେ ସୁଯୋଗ ଜୁଟିଲାନି। କାରଣ ସେମାନେ ଯେଉଁ ମଠରେ ରହୁଥିଲେ, ତାହା ଭାଙ୍ଗିଯାଇଛି। ସରକାର ଏମିତି କରିଥିବା ଶୁଣି ଭାଗ୍ୟକୁ ଆଦରି ମନ୍ଦିର କଡ଼ରେ ପଡ଼ିଛନ୍ତି, ଖୁବଶୀଘ୍ର ଗାଁକୁ ଫେରିଯିବେ ବୋଲି କହୁଛନ୍ତି।

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ