Advertisment

ଅନିରୁଦ୍ଧ ସାରଙ୍କୁ ଝୁରିବ ମଙ୍ଗରାଜପୁର ନୋଡାଲ ଉ:ପ୍ରା ସ୍କୁଲ

ତାଙ୍କ ହାତର ଛାଟ ଖାଇ ମଣିଷ ହେବାର ବାଟ ଦେଖୁଥିବା ପିଲାମାନେ ତାଙ୍କ ଉପଦେଶ ସବୁକୁ ମିସ୍ କରିବେ। ଖାସ୍ ସେଇଥିପାଇଁ ସ୍କୁଲରେ ଆଜି ସାରଙ୍କ ଶେଷଦିନ ବୋଲି, ଲାଗିଛି ଏମିତି ଗହଳ ଚହଳି।

Advertisment

ସ୍କୁଲରୁ ସାରଙ୍କୁ ନିଆରା ଢଙ୍ଗରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ।କେନ୍ଦ୍ରାପଡା ଜିଲ୍ଲା ଆଳିର ମଙ୍ଗରାଜପୁର ନୋଡାଲ ଉ:ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିରୁଦ୍ଧ ସାମଲଙ୍କୁ ଶିକ୍ଷାଦାନର ଶେଷଦିନରେ ଛାତ୍ରଛାତ୍ରୀ ମାନେ ନାଚଗୀତରେ ମସଗୁଲ ହୋଇ ସାରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଥିଲେ।ଗୋଟିଏ ପଟେ ଆଦର୍ଶ ଶିକ୍ଷକ ଅନିରୁଦ୍ଧ ସାମାଲଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଅନ୍ୟପଟେ ଭୋଜିଭାତର ଆସର ସାଙ୍ଗକୁ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ନୃତ୍ୟ ପରିବେଷଣ କରାଯାଇଥିଲା।ପିଲାଙ୍କୁ ଉତ୍ତମ ଶିକ୍ଷାଦାନ ଓ ଶିକ୍ଷକଙ୍କର ଛାତ୍ରଛାତ୍ରୀମାନଙ୍କ ପ୍ରତିଥିବା ଭଲପାଇବାର ନିଛକ ପ୍ରତିଛବି ଏଠାରେ ଦେଇଖାବାକୁ ମିଳିଥିଲା।ଯେଉଁଥିପାଇଁ ଏଭଳି ଭବ୍ୟଆୟୋଜନ କରାଯାଇଥିବା ଗ୍ରାମବାସୀ କୁହନ୍ତି।

Advertisment
Odisha Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ