Last updated: 18 May 2022, 10:13 PM IST
ବିବାହ ଏକ ଐଶ୍ୱରୀୟ ବନ୍ଧନ । ପତି-ପତ୍ନୀ ମଧ୍ୟରେ ଏହା ସାତ ଜନ୍ମର ସଂପର୍କର ଡୋରୀ । ହେଲେ ଏବେ କିନ୍ତୁ ଦେଖିବାକୁ ମିଳୁଛି ଓଲଟା ଘଟଣା, ଓଲଟା କାହାଣୀ । କେଉଁଠି ପିଲାଙ୍କ ସ୍ୱପ୍ନର ସଂସାରକୁ ଉଜାଡ଼ି ଦେଉଛନ୍ତି ପରିବାର ଲୋକେ, ତ ଆଉ କେଉଁଠି ଭାବି ସ୍ୱାମୀକୁ ଗ୍ରହଣ କରିନପାରି ପର ପୁରୁଷକୁ ଆପଣାର କରୁଛି ଭାବି ପତ୍ନୀ । ଏପରିକି ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।