୧୦ ବର୍ଷର ପିଲା,  ୮୦ ଫୁଟ୍‌ର ସରୁଆ ଗର୍ତ୍ତ ଓ ୧୦୮ ଘଣ୍ଟାର ସଂଘର୍ଷ । ଏଭଳି ସ୍ଥିତିରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଓ ରାହୁଲର ମୃତ୍ୟୁ ଜୟୀ କାହାଣୀକୁ ନେଇ ଚର୍ଚ୍ଚା । ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍‌ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’