Advertisment

ପୃଥିବୀର ସୁରକ୍ଷା ନକଲେ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ବି ନାହିଁ

ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।

ଅଦ୍ୟତନ ହୋଇଛି
Advertisment

ଆଜି ବିଶ୍ୱ ପରିବେଶ ଦିବସ । ଓନ୍‌ଲି ଓ୍ୱାନ୍ ଆର୍ଥ ବା କେବଳ ଗୋଟିଏ ପୃଥିବୀ ଅର୍ଥାତ୍ ପୃଥିବୀର ସୁରକ୍ଷା ନକଲେ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ବି ନାହିଁ ବୋଲି ବାର୍ତ୍ତା ରହିଛି । ସାରା ମାନବଜାତିକୁ କେବଳ ପରିବେଶ ସୁରକ୍ଷା ନୁହେଁ, ବରଂ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ଚେତାଇ ଦେଉଥିବା ଏହି ବାର୍ତ୍ତା, ବହୁ ବର୍ଷ ତଳୁ ପ୍ରତିଫଳିତ ହୋଇସାରିଛି । ହେଲେ ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର । ସମୁଦ୍ର ଘରକୁ ଗିଳିବା ପରେ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Advertisment
World Environment Day 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ