Advertisment

କୋଟିଏ ଟଙ୍କାର ଘର; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ଡାକ୍ତରାଣୀ

ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି ।

Advertisment

ସମ୍ବଲପୁର ଭୂତାପଡାର ୮ ଡିସିମିଲ୍ ଜାଗାରେ ଠିଆ ହୋଇଛି ୨ ମହଲା କୋଠା, ନାରାୟଣୀ ନିବାସ । ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଘର ମାଲିକ, ସହରର ଜଣେ ଜଣାଶୁଣା ଡାକ୍ତର ୮୭ ବର୍ଷୀୟ ନାରାୟଣୀ ପଣ୍ଡା । ହେଲେ ଏବେ ଏହି ଘର ଆଉ ତାଙ୍କର ନାହିଁ । ପରିଣତ ବୟସରେ ନିଜେ ରହୁଥିବା ବାସଟିକୁ ଦାନ କରିଦେଇଛନ୍ତି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ । ଡାକ୍ତରଙ୍କ ଘର ପରିଣତ ହୋଇଛି ଛାତ୍ରୀ ନିବାସରେ । ଇଏ ସେହି ଗିଫ୍ଟ ଡିଡ୍ । କଲେଜକୁ ଯାଇ ଘର ଦାନ ସମ୍ପର୍କିତ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛନ୍ତି ଡାକ୍ତର ନାରାୟଣୀ ପଣ୍ଡା ।

Advertisment
House Social Worker Dr Narayani Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ