Advertisment

ଶ୍ରୀମନ୍ଦିରରେ ଶଙ୍ଖ ବାଜେନି, ସତ ନା ଗୁଜବ ?

ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।

Advertisment

ଶଙ୍ଖକ୍ଷେତ୍ର ପାଇଁ ଶ୍ରୀମନ୍ଦିରରେ ସତରେ ଶଙ୍ଖ ବାଜେନି, ନା କେବେଠୁ ଲୋପ ପାଇଯାଇଛି ଏ ସେବା । ଶ୍ରୀମନ୍ଦିର ସତ୍ତ୍ୱଲିପିର ୮୫ ନମ୍ବରରେ ବର୍ଣ୍ଣିତ ଏ ସେବା ଏବେ ଏକ ବିଲୁପ୍ତ ସେବା । କେବଳ ଶଙ୍ଖ ସେବା ନୁହେଁ, ଶ୍ରୀଜଗନ୍ନାଥଙ୍କ ୧୧୯ ସେବାରୁ ଦେବଦାସୀଠୁ ନେଇ ବୀଣାକାର କଳା ବେଠିଆ ଭଳି ୧୭ରୁ ୧୮ ସେବା ବିଲୁପ୍ତ ତାଲିକାକୁ ଚାଲିଗଲାଣି । ହେଲେ ମହାନ ଶ୍ରୀଜଗନ୍ନାଥ ସଂସ୍କୃତିର ସେବା ପରଂପରାକୁ ଉଦ୍‌ଜୀବିତ କରି ରଖିବା ପାଇଁ ବିଲୁପ୍ତ ସେବା ସବୁକୁ ପୁନଃରୁଦ୍ଧାର ପାଇଁ ଦାବି ଉଠିଛି ।

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ