Advertisment

ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶାଳୀନତା ଶିଖେଇଲେ, ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଶାଳୀନତା ପୂର୍ଣ୍ଣ ପୋଷାକ ବିନା ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆସନ୍ତା ନୂଆ ବର୍ଷଠୁ ଏଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ହେଲେ ତା ପୂର୍ବରୁ ଆଜି କାର୍ତ୍ତିକ ଆରମ୍ଭରୁ ମାର୍ଜିତ ପୋଷାକ କଣ ତାର କିଛି ଝଲକ ଦେଖିବାକୁ ମିଳିଛି ସିଂହଦ୍ବାର ସାମ୍ନାରେ।

Advertisment

ଶ୍ରୀମନ୍ଦିରକୁ ଯିବାକୁ ହେଲେ କେମିତି ପୋଷାକ ପିନ୍ଧି ଯିବାକୁ ହୁଏ ବୁଝେଇଲେ। ହ୍ୟାପ୍ ପ୍ଟାଣ୍ଟ ଉପରେ ସାଇଜି କରି ଧୋତି ପିନ୍ଧେଇଲେ, କଛା ମାରି ଦେଲେ। ଆଉ ବୋଲ, ଜୟ ଜଗନ୍ନାଥ କହି ମନ୍ଦିରକୁ ଯିବାକୁ ଦେଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀତନା ପୂର୍ଣ୍ଣ ପୋଷାକ ପରିଧାନକୁ ବାଧ୍ୟତାମୂଳକ ଲାଗୁ କରାଯିବା ପୂର୍ବରୁ ଆଜି ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। କାର୍ତ୍ତିକ ମାସ ଆରମ୍ଭରୁ ହ୍ୟାପ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଦୁଇ ଯୁବ ଭକ୍ତଙ୍କୁ ଏମିତି ଢଙ୍ଗରେ ଶାଳୀନତା ଶିଖେଇ, ନିଜ ହାତରୁ ଧୋଇ କିଣି ପିନ୍ଧେଇ, ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ଯାତ୍ରୀପଣ୍ଡା। ନୂଆ ନିୟମ ସଂପର୍କରେ ଅଜ୍ଞ ଏ ଦୁଇ ଯୁବ ଭକ୍ତ ବି ଖୁସି ଖୁସିରେ ଧୋତି ପିନ୍ଧି ଜଗା ଦର୍ଶନ କରିଛନ୍ତି ।

Advertisment
Odisha Puri Srimandira
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ