Advertisment

୭୨ ବର୍ଷରେ ଥକି ନାହାନ୍ତି ଶଙ୍କର୍ଷଣ, ଟାଙ୍ଗରା ଭୂମିରେ ଫଳାଉଛନ୍ତି ପାମୋଲିନ୍

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। କିନ୍ତୁ ସେ ବୟସକୁ ମାତ ଦେଇ ଆଗକୁ ଚାଲିଯାଇଛନ୍ତି। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ୍।

Advertisment

ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ସଫଳ ଚାଷୀ । ନଦୀ ପଠା ବନ୍ୟା ପ୍ରପିଡିତ ଟାଙ୍ଗରା ଭୂମିରେ ପାମୋଲିନ ଚାଷ ସହ ବିଭିନ୍ନ ଅର୍ଥକାରୀ ଫସଲ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଚୂଡାମଣି ଗାଁର ଶଙ୍କର୍ଶଣ ମଲିକ। ଗଛରେ ଫଳିଛି ପେନ୍ଥା ପେନ୍ଥା ପୋମାଲୋନ୍ । ଶହ ଶହ ପାମୋଲିନ୍ ଗଛରେ ଅଙ୍ଗୁର ପେନ୍ଥା ଭଳି ପାମୋଲିନ୍ ଫଳକୁ ଦେଖିଲେ ଆନନ୍ଦରେ ମନ ପୁରି ଯାଉଛି। ଖାଲି ପାମୋଲିନ୍ ନୁହେଁ, ଏହା ସହ  ଆମ୍ବ, ଧାନ, କଦଳୀ, ସହିତ ମାଛ ଚାଷ କରି ଅଞ୍ଚଳପାଇଁ ଜଣେ ସଫଳ ଚାଷୀ ଭାବରେ ପରିଚିତ ଏହି ୭୨ ବର୍ଷୀୟ ଚାଷୀ ଶଙ୍କର୍ଶଣ ମଲ୍ଲିକ। 

Advertisment
Odisha Bhadrak Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ