ଭଙ୍ଗା ଦଦରା ଘର କାନ୍ଥରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର । ଲେଖା ହୋଇଛି ମୁଁ ଚାହେଁ ମୋ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ଵପ୍ନ ଦେଖନ୍ତୁ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଭଲ ପାଠ ପଢି, ନିଜ ସ୍ୱପ୍ନ ସାକାର କରନ୍ତୁ । ହେଲେ ଦେଖନ୍ତୁ ଏ ଦୃଶ୍ୟକୁ....ପିଲାମାନେ ଅତି ଦୟନୀୟ ଭାବେ ଗଛ ତଳେ ବସି ପାଠ ପଢ଼ୁଛନ୍ତି...ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ସବୁ କିଛି ଚାଲିଛି ଖୋଲା ଆକାଶ ତଳେ ।