ଇଲେକ୍ସନରେ ମୁଦ୍ଦା ପାଲଟେ, ଖୋଲାମଞ୍ଚରେ ପ୍ରତିଶ୍ରୁତି ବି ମିଳେ। ହେଲେ ନିର୍ବାଚନ ସରିଗଲେ ନେତା ଭୁଲିଯାନ୍ତି। ପୁଣି ଥରେ ଇଲେକ୍ସନ ଆସିଲେ ମନେ ପକାଇ ଲୋକଙ୍କ ପ୍ରତିଶ୍ରୁତି ଦିଅନ୍ତି । ଏଣେ ମିଛ ପ୍ରତିଶ୍ରୁତିରେ ଭାସୁଥିବା ଜନତା, ପୁରୁଷ ପୁରୁଷ ଧରି ସଢୁଥାନ୍ତି ସମସ୍ୟାର ଅସରନ୍ତି ଜାଲରେ । 

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଓ ସମ୍ବଲପୁର ନାକଟିଦେଉଳ ୨ଟି ଅଞ୍ଚଳର ଘଟଣା । ବିକାଶର ମାଳ ମାଳ ବିଜ୍ଞାପନକୁ କେଉଁଠି ଶକ୍ତ ଚାପୁଡ଼ା ମାରିଛି ଗାଁ ଲୋକଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲ ତ ଆଉ କେଉଁଠି ନିର୍ବାଚନୀ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଇଛି ଆବଡ଼ା ଖାବଡ଼ା ରାସ୍ତା । ପରିଣାମ ସ୍ବରୂପ, ବିକାଶ ନାହିଁ ତ ଭୋଟ୍ ନାହିଁ ବୋଲି ଏବେ ରୋକଠୋକ୍ ଚେତାବନୀ ଶୁଣାଇଛନ୍ତି ଗାଁ ଲୋକେ ।