Advertisment

ଡେଙ୍ଗୁ ସଂକ୍ରମଣରେ ନୋ ବ୍ରେକ୍; ଟେଷ୍ଟିଂ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି

କ୍ୟାପିଟାଲ ହସ୍ପିଟାଲରେ ନିଜ ୩ ବର୍ଷର ଛୁଆର ଡେଙ୍ଗୁ ଟେଷ୍ଟ କରାଇବାକୁ ଦୁଇ ଘଣ୍ଟା ଛିଡ଼ା ହେଲେଣି ମହିଳା । ତଥାପି ପାଳି ପଡ଼ିନି। କେବଳ ସେ ନୁହନ୍ତି, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଥିବା ବହୁ ଲୋକ ପ୍ରତିଦିନ ଏମିତି ହଇରାଣ ହେଉଛନ୍ତି ।

Advertisment

ଡେଙ୍ଗୁରେ ଲାଗୁନି ବ୍ରେକ୍ । ହୁ ହୁ ହୋଇ ମାଡ଼ିଚାଲିଛି । ପୂର୍ବବର୍ଷ ତୁଳନାରେ ଏବର୍ଷ ୪୫ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ପଜିଟିଭଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବା ଦିଗରେ ବିଚାର ଚାଲିଛି ।

Advertisment
Capital Hospital Dengue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ