ଲୋକାର୍ପିତ ହୋଇଗଲା ପରିକ୍ରମା ପ୍ରକଳ୍ପ। ହେଲେ କୁଆଡ଼େ ଗଲା ଭକ୍ତଙ୍କ ଗୁଆ,ଚାଉଳ ? ପୁରୀରେ ପହଞ୍ଚିଲାନି ଅର୍ପଣ ରଥରେ ଭକ୍ତ ଦେଇଥିବା ଭକ୍ତିର ଅର୍ଘ୍ୟ । ଭକ୍ତଙ୍କ ଭାବାବେଗ ସହ ଖେଳିଲେ କି ସରକାର ? ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଗାଁରେ ଗାଁରେ ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। କହିଥିଲେ ଏସବୁ ଶ୍ରୀମନ୍ଦିରକୁ ପଠାଯିବ। ହେଲେ କେଉଁଠି ପଞ୍ଚାୟତ ଅଫିସ ତ କେଉଁଠି ଗାଁ ମନ୍ଦିରରେ ରହିଛି ଭକ୍ତଙ୍କ ଚାଉଳ। ତେବେ କାହିଁକି ଅର୍ପଣ ରଥର ଚାଉଳ ପୁରୀ ପଠାଯାଇନି ତାକୁ ନେଇ କ୍ଷୋଭପ୍ରକାଶ କରିଛନ୍ତି ରାୟଗଡା କଲ୍ୟାଣସିଂହପୁର ପଞ୍ଚାୟତର ସରପଞ୍ଚ ।