Last updated: 16 August 2023, 11:33 AM IST
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି। ସେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୬ ମସିହାରେ ୧୩ ଦିନ ଓ ୧୯୯୮ ମସିହାରେ ୧୩ ମାସ ପରେ ୧୯୯୯ ମସିହାରେ ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଅଟଳ ବିହାରୀ ବାଜପେୟୀ। ଏହାସହ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ।