Advertisment

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର; ସଂଶୋଧନ ହେଲା ଆଇନ୍, ବଦଳିଲା ୩ ସଂଜ୍ଞା

ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ।

Advertisment

ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ। ତେବେ ୨୦୨୩ ଜୁନରେ ରାଜ୍ୟରେ ପ୍ରଚଳନ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ-୨୦୨୩ରେ ସବୁ ବାସଗୃହ କ୍ରେତାଙ୍କୁ ସମାନ ପରିମାଣର ମେଣ୍ଟେନାନ୍ସ ଦେୟ ଦେବାର ବ୍ୟବସ୍ଥା ଥିଲା । ଏଥିପାଇଁ ନିକଟରେ ଆଇନରେ ସଂଶୋଧନ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଏହାଛଡ଼ା ଆଇନରେ ଥିବା ଅନ୍ୟ ଦୁଇଟି ଧାରା ସଂଶୋଧନ କରିଛି ବିଭାଗ। ଆଇନ ଲାଗୁ ପୂର୍ବରୁ କିଛି ନିର୍ମାତା ଗୋଟିଏ କମନ ଏରିଆରେ ଏକାଧିକ ପ୍ରକଳ୍ପ ତିଆରି କରିଛନ୍ତି। ଏଭଳି କ୍ଷେତ୍ରରେ ସବୁ ପ୍ରକଳ୍ପ ପାଇଁ ଅଲଗା ଅଲଗା ଆସୋସିଏସନ କରି କମନ ଏରିଆ ଭାଗ କରିବା ଏବେ ସମ୍ଭବ ନ ଥିବାରୁ ସମସ୍ତ ପ୍ରକଳ୍ପ ପାଇଁ ଗୋଟିଏ ମାତ୍ର ଆସୋସିଏସନ କରିବାକୁ ଆଇନରେ ପରିବର୍ତ୍ତନ ଅଣାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ