Advertisment

ଆଇନ ଜାଲରେ ଜାହାଜ MV ଦେବୀ; ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି

୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍।

Advertisment

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି। ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍। କାରଣ, ବର୍ଥ ଭଡା ଓ ଅନ୍ୟାନ୍ୟ ଫି ବାବଦରେ ଜାହାଜ ଉପରେ ପ୍ରାୟ ୮ କୋଟି ଟଙ୍କା ବକେୟା ରହିଛି।

Advertisment

ଏହି ଟଙ୍କା ଦାବି କରି ହାଇକୋର୍ଟରେ ସିଭିଲ ସୁଟ୍ ଦାଏର କରିଥିଲା ପାରାଦୀପ ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲ-PICT। ଯାହା ଉପରେ ଶୁଣାଣି କରି ହାଇକୋର୍ଟ, ଆବେଦନକାରୀଙ୍କୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଦେବାକୁ ଜାହାଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାୟରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମାମଲା ଶେଷ ହେବା ଯାଏ ଜାହାଜକୁ ପାରାଦୀପରେ ହିଁ ଆରେଷ୍ଟ କର।

Orissa High Court Paradeep Port
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ