ଭାଇରାଲ ହେଉଛି ଫଟୋ । ଯାହାକୁ ଦେଖିଲେ ମନକୁ ପ୍ରଶ୍ନ ଆସୁଛି, କେଉଁ ପରିସ୍ଥିତିରେ ଗୋଟିଏ ରୁଦ୍ଧଦ୍ୱାର ଘରେ ବସିଛନ୍ତି ଓଡ଼ିଶା ନ୍ୟାୟପାଳିକା ମୁଖ୍ୟ ଓ କାର୍ଯ୍ୟପାଳିକାର କଥାକଥିତ ମୁଖ୍ୟ ? ସୋସିଆଲ ମିଡିଆରେ ସେହି ଫଟୋକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନ, ତମ୍ବିତୋଫାନ । ଗତକାଲି ନିଜ ଫେସବୁକ ପେଜ୍‌ରେ ଏହି ଫଟୋ ପୋଷ୍ଟ କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି । ଖାଲି ପୋଷ୍ଟ ନୁହେଁ, ବରଂ ବିଚାରପତିମାନଙ୍କ ଆଚରଣ ସଂହିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।