Last updated: 25 July 2023, 09:54 PM IST
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି 'ଟଙ୍କା ଦିଅ ଚାକିରି ନିଅ' ସ୍କିମ ? ବାରମ୍ବାର ଜବ୍ ସ୍କାମ ଅଭିଯୋଗ ପରେ ବି OSSCକୁ ଘୋଡ଼ାଉଛନ୍ତି କି ସରକାର ?
ସରକାରୀ ଚାକିରିକୁ ନେଇ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଦଲାଲି ବ୍ୟବସ୍ଥାକୁ ନେଇ ଅଡୁଆରେ ସରକାର। ପ୍ରଶ୍ନପତ୍ର ଲିକ୍ ପାଇଁ ଜେଇ ସିଭିଲ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଚାଲିଥିବା ଜବ ସ୍କାମକୁ ନେଇ ତେଜିଛି ବିବାଦ। ତେବେ ଏଭଳି ପ୍ରଶ୍ନପତ୍ର ଲିକ୍ ଘଟଣା ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପାଇଁ ନୂଆ ନୁହେଁ। ଏହା ପୂର୍ବରୁ ବି କେବେ ଲିକ୍ ତ କେବେ ତ୍ରୁଟି ପାଇଁ ବାତିଲ ହୋଇଛି ପରୀକ୍ଷା। ଏପ୍ରିଲ ୨୦୨୩ରେ ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଥିଲା।