ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ । ଚାଲେ ସମୂହ ଅଣ୍ଡାଦାନ । ଦୁଇ ମାସ ପରେ ବେଳାଭୂମି ବାଲିରେ ପୋତି ହୋଇଥିବା ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ଗର୍ଭକୁ ଫେରି ଯାଆନ୍ତି । ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର । କିନ୍ତୁ ବର୍ଷ ବର୍ଷ ଧରି ଚାଲି ଆସିଥିବା ସମୂହ ଅଣ୍ଡାଦାନ ଓ ବଂଶବୃଦ୍ଧି ପ୍ରକ୍ରିୟାରେ ଏବର୍ଷ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଖାଁ ଖାଁ ଋଷିକୁଲ୍ୟା ମୁହାଁଣ । ଆଗନ୍ତୁକ ଅତିଥିଙ୍କ ଦେଖା ନାହିଁ । ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ । ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇ ଥାଇପାରେ ।