ରାଜଧାନୀରେ ଡେଙ୍ଗୁ ବେକାବୁ... ଅସମ୍ଭାଳ ସ୍ଥିତି । ଝୁମ୍ପୁଡ଼ି ବସ୍ତିଠୁ ଆରମ୍ଭ କରି ବହୁତଳ ଆପାର୍ଟମେଣ୍ଟ ଯାଏ, ସବୁଠି ଏହାର ପ୍ରାଦୁର୍ଭାବ । ଅବସ୍ଥା ଏତେ ସଂଗୀନ ଯେ, କ୍ୟାପିଟାଲ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ ।

ଏବେ ମୋଟ ୫୦ ଡେଙ୍ଗୁ ରୋଗୀ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବେଡ୍ ଅଭାବରୁ କେତେକଙ୍କୁ ଏଭଳି ତଳେ ରଖି ଚିକିତ୍ସା କରାଯାଉଛି । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ । ଦୈନିକ ପ୍ରାୟ ୩ ଶହ ସାମ୍ପୁଲ ଟେଷ୍ଟ ହେଉଥିବା ବେଳେ ୪୦ରୁ ୫୦ ପଜିଟିଭ୍ ବାହାରୁଛି । ଏଥିରୁ ସ୍ପଷ୍ଟ ହେଉଛି ରାଜଧାନୀରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଡେଙ୍ଗୁ ।