ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି । ୟା ଭିତରେ ଅପେକ୍ଷାକୁ ୨୩ ବର୍ଷ ବିତିଲାଣି, ହେଲେ ଚାକିରି କରିବାକୁ ଯାଇଥିବା ଝିଅର ଆଉ ଖୋଜ୍ ଖବର ମିଳୁନି । ଆଉ ଏପଟେ ଆଜି ବି ତା ଫେରିବା ବାଟକୁ ଅନାଇ ବସିଛନ୍ତି ବୁଢ଼ା ବାପା-ମାଆ । ସେହି ସରଜଂଘା ଗାଁର ବ୍ଲାସିଉସ ଲାକାଡ଼ାଙ୍କ ବଡ଼ ଝିଅ ବି ଆଜିକୁ ୨୦ ବର୍ଷ ଧରି ନିଖୋଜ ।

ସମ୍ପର୍କୀୟଙ୍କ କଥାରେ ପଡ଼ି ମାତ୍ର ୧୪ ବର୍ଷ ବୟସରେ ଝିଅକୁ ଚାକିରି ପାଇଁ ମୁମ୍ବାଇକୁ ଛାଡ଼ିଥିଲେ । ହେଲେ ତା ପରେ ଆଉ ମିଳିନି ଝିଅର ଅତ୍ତା କି ପତ୍ତା । ରାଜ୍ୟରେ ଉତ୍କଟ ଯୁବତୀ, ମହିଳା ଓ ଶିଶୁ ଚାଲାଣର ସମସ୍ୟା ଏଇ ଦୁଇ ହତଭାଗା ପରିବାର ଭାଗ୍ୟରେ ଘଟିଛି ତା ନୁହେଁ । ଏମାନଙ୍କ ଭଳି କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ ।

ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ । ଯାହା ରାଜ୍ୟର ବୁଦ୍ଧିଜୀବୀ ଓ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କ ଚିନ୍ତା ବଢାଇ ଦେଇଛି ।