Advertisment

ସାତକୋଶିଆରେ ବାଘ ବଂଶ ବଢ଼ାଇବାକୁ ଜଙ୍ଗଲ ବିଭାଗର ବ୍ଲୁ ପ୍ରିଣ୍ଟ

ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।

Advertisment

ବାଘ ବଂଶ ଶୂନ୍ୟ ହେବା ପରେ ପୁଣି ସାତକୋଶିଆକୁ ନେଇ ରାଜ୍ୟ ସରକାରଙ୍କ ନୂଆ ଏକ୍ସପେରିମେଣ୍ଟ । ୨୦୧୮ ମସିହାରେ ଏଠାରେ ଦେଶର ପ୍ରଥମ ବାଘ ପୁନର୍ବାସ ଯୋଜନା ଫେଲ୍ ମାରିବା ପରେ ଏବେ ପୁଣି ଘାରିଛି ବାଘ ବଂଶ ବିସ୍ତାର ଯୋଜନା । ୧ ହଜାର ବର୍ଗ କିଲୋମିଟର ବ୍ୟାପୀ ଏହି ବ୍ୟାଘ୍ର ଅଭୟାରଣ୍ୟରେ ଏଥିଲାଗି ବନବିଭାଗ ଆରମ୍ଭ କରିଛି ବହୁବିଧ ରଣନୀତି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ପରସ୍ପରକୁ ଲାଗିଛି । ଯେହେତୁ ଶିମିଳିପାଳରେ ବାଘ ସଂଖ୍ୟା ବଢ଼ୁଛି, ତେଣୁ ଆଗାମୀ ଦିନରେ ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ସାତକୋଶିଆମୁହାଁ ହେବେ ।

Advertisment
Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ