Advertisment

ପୁଅ ହେବ ଡାକ୍ତର.. ମଜୁରୀ ଖଟୁଛି ଦିବ୍ୟାଙ୍ଗ ବାପା

ସିଏ ପାଖରେ ଥିଲେ ଶହେ ସିଂହର ବଳ ଆସିଯାଏ.. ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି.. ପ୍ରତି ଦିନ କଷ୍ଟ ଯନ୍ତ୍ରଣାର ବୋଝକୁ ଛାତିରେ ଚାପି ପିଲାର ସୁନେଲି ଭବିଷ୍ୟତ ପାଇଁ ଯିଏ ରକ୍ତକୁ ପାଣି କରି ଖଟିଥାଏ ସେ ହେଉଛନ୍ତି ବାପା.. ଏମିତି ବାପାର ପୁଅ ଜୀବନ ସଂଘର୍ଷରେ କେବେ ହାରିପାରେନା..

Advertisment

ସିଏ ପାଖରେ ଥିଲେ ଶହେ ସିଂହର ବଳ ଆସିଯାଏ.. କୌଣସି କଥାକୁ ଡର ଲାଗେନେ.. ଆଖିର ଲୁହ ଲୁଚାଇ ସେ ନିଜେ ହସନ୍ତି ଆଉ ହସିବା ଶିଖାନ୍ତି.. ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଖାଦ୍ୟ ଦିଅନ୍ତି.. ପ୍ରତି ଦିନ କଷ୍ଟ ଯନ୍ତ୍ରଣାର ବୋଝକୁ ଛାତିରେ ଚାପି ପିଲାର ସୁନେଲି ଭବିଷ୍ୟତ ପାଇଁ ଯିଏ ରକ୍ତକୁ ପାଣି କରି ଖଟିଥାଏ ସେ ହେଉଛନ୍ତି ବାପା.. ଏମିତି ବାପାର ପୁଅ ଜୀବନ ସଂଘର୍ଷରେ କେବେ ହାରିପାରେନା.. ଗଜପତି ଜିଲ୍ଲା ମୋହନା ସଦର ମହକୁମା ୭ ନଂ ୱାର୍ଡର ଛାତ୍ର ଦୀନେଶ ନାୟକ ବି ଜଣେ ଭାଗ୍ୟବାନ ପୁଅ..ସବୁ ପ୍ରକାର କଷ୍ଟ ଦୁଃଖରେ ମଧ୍ୟ ତାଙ୍କ ଦିବ୍ୟାଙ୍ଗ ବାପା ମାଆ ତାଙ୍କ ପାଇଁ ଚଟାଣ ଭଳି ଠିଆହୋଇଛନ୍ତି.. ଶରୀର ସିନା ଅକ୍ଷମ କିନ୍ତୁ ଦୃଢ ମନୋବଳ ନେଇ ପୁଅକୁ ଡାକ୍ତର କରିବେ ବୋଲି ସବୁ କଷ୍ଟ ଓଠ ଚାପି ସହିଯାଉଛନ୍ତି.. ପୁଅ ବି ଏଯାଏ ଦିବ୍ୟାଙ୍ଗ ବାପା ମାଆଙ୍କ ଭରସା ଭାଙ୍ଗିନି.. ମେଧାବୀ ଛାତ୍ର ହିସାବରେ ଭବିଷ୍ୟତରେ ଜଣେ ଡାକ୍ତର ହେବାର ସ୍ୱପ୍ନ ନେଇ ପରିଶ୍ରମ ଜାରି ରଖିଛି..

Advertisment
Mohana Handicapped Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ