Advertisment

ବଣ୍ଡାଘାଟିର ଦ୍ୱିତୀୟ ଈଶ୍ୱର ଚମ୍ପେଶ୍ୱର ପାଣିଗ୍ରାହୀ

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ ।

Advertisment

କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ରକ୍ତ ମାଂସର ଶରୀରରେ ମଣିଷରୂପୀ ଦେବତା । ଯାହା ପାଇଁ ସେବା ହିଁ ପରମଧର୍ମ । ଆସନ୍ତୁ ଜାଣିବା ସେଭଳି ଜଣେ ଡାକ୍ତରଙ୍କୁ । ଯିଏ ନିସ୍ୱାର୍ଥପର ସେବା ଓ ଉନ୍ନତ ଚିକିତ୍ସାର ବ୍ରତୀ । ମାଲକାନଗିରିର ବଣ୍ଡା ଘାଟିରେ ଆଦିବାସୀଙ୍କୁ ଯୋଗାଇ ଚାଲିଛନ୍ତି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ।

Advertisment

ବଣ ପାହାଡ ଘେରା ଉପାନ୍ତ ଅଂଚଳ ମାଲକାନଗିରିର ମୁଦୁଲିପଡ଼ା । ଆଉ ତା’ ଭିତରେ ଆଦିମ ଜନଜାତି ରହୁଥିବା ବଣ୍ଡା ଘାଟିର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବାହାରେ ଫୁଲ ବଗିଚା, ଭିତରେ ପରିଷ୍କାର ପରିଛନ୍ନତା । ପୂରାପୂରି ଘରୋଇ ମେଡିକାଲର ମାହୋଲ । ଚିକିତ୍ସାଳୟର ଚିତ୍ର ବଦଳାଇ ଦେଇଥିବା ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ । ଡାକ୍ତର ତ ନୁହନ୍ତି, ବଣ୍ଡାଘାଟିର ମଣିଷରୂପୀ ଭଗବାନ ।

Malkangiri Doctors Bonda Ghati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ